ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ପେଟ୍ରୋଲ ଡିଜେଲ ସଂକଟ ଓ ଦରବୃଦ୍ଧି ବିରୁଦ୍ଧରେ ସିପିଆଇ(ଏମ) ପକ୍ଷରୁ ପ୍ରତିବାଦ ସଭା
ଭଦ୍ରକ, ୧୯ ମଇ (ହି.ସ.) - ବାଲେଶ୍ୱର ଜିଲ୍ଲା ରେମୁଣା ଠାରେ ପିକ୍ଅପ୍ ଡ୍ରାଇଭରଙ୍କୁ ଭିଡହତ୍ୟା, ପୁରୀ ଜିଲ୍ଲା ପିପିଲି ରେ ଜଣେ ଯୁବକଙ୍କୁ ମାଛକଟା ପନିକି ରେ ହତ୍ୟା କରି ସର୍ବସାଧାରଣରେ ବୁଲେଟ ଚଢାଇବା, ବାଲିଅନ୍ତାରେ ରେଳ ସୁରକ୍ଷା ବଳ କନେଷ୍ଟବଳ ସୌମ୍ଯ ଙ୍କୁ ଭିଡହତ୍ୟା, ନୟାଗଡ ଜିଲ୍ଲାରେ ମାଙ୍କଡ଼
CPIM RA PRATIBAD SABHA


ଭଦ୍ରକ, ୧୯ ମଇ (ହି.ସ.) - ବାଲେଶ୍ୱର ଜିଲ୍ଲା ରେମୁଣା ଠାରେ ପିକ୍ଅପ୍ ଡ୍ରାଇଭରଙ୍କୁ ଭିଡହତ୍ୟା, ପୁରୀ ଜିଲ୍ଲା ପିପିଲି ରେ ଜଣେ ଯୁବକଙ୍କୁ ମାଛକଟା ପନିକି ରେ ହତ୍ୟା କରି ସର୍ବସାଧାରଣରେ ବୁଲେଟ ଚଢାଇବା, ବାଲିଅନ୍ତାରେ ରେଳ ସୁରକ୍ଷା ବଳ କନେଷ୍ଟବଳ ସୌମ୍ଯ ଙ୍କୁ ଭିଡହତ୍ୟା, ନୟାଗଡ ଜିଲ୍ଲାରେ ମାଙ୍କଡ଼ା ପଥର ଚୋରା ମାଫିଆ ମାନଙ୍କ ଦ୍ୱାରା ଜଣେ ଯୁବକଙ୍କୁ ହତ୍ୟା, କେନ୍ଦ୍ରାପଡା ଜିଲ୍ଲାରେ ଭିଡହତ୍ୟା, ବ୍ରହ୍ମପୁର ସହରରେ ଗତ ୧୮ ତାରିଖ ସଂଧ୍ୟାରେ ଜଣେ ଯୁବକ ଓ ତାଙ୍କ ମହିଳା ସାଥୀ ଙ୍କୁ ନିଷ୍ଠୁର ଆକ୍ରମଣ ଓଡିଶାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ସୂଚାଉଛି । ଏଥିପାଇଁ ସିପିଆଇ(ଏମ) ପକ୍ଷରୁ ଗୃହ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଇସ୍ତଫା ଦାବି କରାଯାଇଛି । ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଇରାନ ଓ ଋଷ ଭାରତକୁ ପେଟ୍ରୋଲିୟମ ସାମଗ୍ରୀ ଦେବା ପାଇଁ ରାଜି ଥିବାବେଳେ ଯୁକ୍ତରାଷ୍ଟ୍ର ଆମେରିକା ଚାପରେ ନରେନ୍ଦ୍ର ମୋଦି ତୈଳ ନକିଣି ଦେଶରେ ଯେଉଁ ତୈଳ ସଂକଟ ସୃଷ୍ଟି କରିଛନ୍ତି ଓ ତୈଳ ଦର ବୃଦ୍ଧି କରିଛନ୍ତି, ତାହାକୁ ସିପିଆଇ(ଏମ) ପକ୍ଷରୁ ପ୍ରତିବାଦ କରାଯାଇଛି । ନରେନ୍ଦ୍ର ମୋଦି ଭାରତର ସ୍ୱାଧୀନ ବୈଦେଶିକ ନୀତିକୁ ଯୁକ୍ତରାଷ୍ଟ୍ର ଆମେରିକା ପାଖରେ ବଂଧାପକାଇ ଡୋନାଲ୍ଡ ଟ୍ରମ୍ପ ଙ୍କୁ କାହିଁକି ଅଯଥା ଭୟ କରୁଛନ୍ତି, ସେ ସଂପର୍କରେ ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ନ୍ୟାୟିକ ତଦନ୍ତ ନିଜଆଡୁ କରିବାକୁ ସିପିଆଇ(ଏମ) ନେତୃତ୍ୱ ଦାବି କରିଛନ୍ତି । ପେଟ୍ରୋଲ ପମ୍ପରେ ତେଲ ନମିଳିବା ଯୋଗୁଁ ଓ ଆମ୍ବୁଲାନ୍ସ ରେ ପେଟ୍ରୋଲ ସରିଯିବା ଯୋଗୁଁ ଓଡିଶାର ୪ ଜଣ ରୋଗୀ ମୃତ୍ୟୁ ବରଣ କରିଛନ୍ତି । ଏହି ରୋଗୀ ମୃତ୍ୟୁ ଘଟଣାରେ ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀ ଙ୍କ ଇସ୍ତଫା ସିପିଆଇ(ଏମ) ନେତୃତ୍ୱ ଦାବି କରିଛନ୍ତି । ନିଟ୍ ପରୀକ୍ଷା ରେ ଅନିୟମିତତା ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରାଯାଇ ଏକ ପ୍ରତିବାଦ ସଭା ଭଦ୍ରକ ଷ୍ଟେଟ ବ୍ୟାଙ୍କ ଛକ ଠାରେ ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାରେ ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଅନ୍ୟତମ ଜିଲ୍ଲା କମିଟି ସଭ୍ୟ କାଳନ୍ଦୀ ପାତ୍ର, ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ସେକ୍ ସନାଉଲ୍ଲା, ବରିଷ୍ଠ ନେତା ନିରଞ୍ଜନ ପାଣି, ବିଶିଷ୍ଟ ଆଇନଜୀବୀ ଅଶୋକ ନାୟକ, ବୀମା କର୍ମଚାରୀ ନେତା ନବକିଶୋର ବେହେରା, ଯୁବନତା ମାଲିକ ସରିଫ୍, ଯୁବନତା ସେକ୍ ଅବଦୁଲ କାଦ୍ରି ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ପୋରେଟ ସପକ୍ଷବାଦୀ ନୀତି ଓ ଜନସାଧାରଣଙ୍କ ଉପରେ ହେଉଥିବା ନବ୍ୟଫାଶୀବାଦୀ ଭିଡ ଆକ୍ରମଣ ଓ ଭିଡହତ୍ୟା ବିରୁଦ୍ଧରେ ଆଗାମୀ ଦିନରେ ତୀବ୍ର ଲଢେଇ ହେବ ବୋଲି ଚେତାବନୀ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande