ମହିଳା ବିକାଶ ପରିଷଦର ରୌପ୍ୟ ଜୟନ୍ତୀ ଉପଲକ୍ଷେ ମହିଳା ମାନଙ୍କ ପ୍ରତିଯୋଗୀତା
ବଲାଙ୍ଗିର, ୧୯ ମଇ (ହି.ସ.)- ମହିଳା ବିକାଶ ପରିଷଦର ରୌପ୍ୟ ଜୟନ୍ତୀ ଉପଲକ୍ଷେ ଆଜି ମାଲପଡା ରାମସ୍ୱାମୀ ମନ୍ଦିରରେ କେବଳ ମହିଳା ମାନଙ୍କୁ ନେଇ ଏକ ହୁଳହୁଳି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସଭାପତି ସୁଶ୍ରୀ ସଂଯୁକ୍ତା ମିଶ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାଲପଡା ରାମସ୍ୱାମୀ ମହିଳା
Sମହିଳା ବିକାଶ ପରିଷଦ ର ରୌପ୍ୟ ଜୟନ୍ତୀ ଉପଲକ୍ଷେ. ମହିଳା ମାନଙ୍କ ପ୍ରତିଯୋଗୀତା


ବଲାଙ୍ଗିର, ୧୯ ମଇ (ହି.ସ.)- ମହିଳା ବିକାଶ ପରିଷଦର ରୌପ୍ୟ ଜୟନ୍ତୀ ଉପଲକ୍ଷେ ଆଜି ମାଲପଡା ରାମସ୍ୱାମୀ ମନ୍ଦିରରେ କେବଳ ମହିଳା ମାନଙ୍କୁ ନେଇ ଏକ ହୁଳହୁଳି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସଭାପତି ସୁଶ୍ରୀ ସଂଯୁକ୍ତା ମିଶ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାଲପଡା ରାମସ୍ୱାମୀ ମହିଳା କମିଟିର ସଭାପତି ଶ୍ରୀମତୀ ପଦ୍ମିନୀ ଗୁରୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ନିରୀକ୍ଷଣ କରିବା ପାଇଁ ନିରୀକ୍ଷକ ଭାବରେ, ସୁଶ୍ରୀ ରାଜଶ୍ରୀ ତ୍ରିପାଠୀ, ଶ୍ରୀମତୀ ନିହାରିକା ମିଶ୍ର ଯୋଗ ଦେଇଥିଲେ। ସମସ୍ତଙ୍କ ସୁନ୍ଦର ଅଭିଭାଷଣରେ ସୁନ୍ଦର ଉପଦେଶ ଥିଲା। ଆମର ମହିଳା ମାନଙ୍କ ବଂଶନୁକ୍ରମିକ ପରମ୍ପରା ଏଵେ ବି ଜୀବିତ, ଏଥିରେ ୨୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ପ୍ରଥମ ପୁରସ୍କାର ଚନ୍ଦନା ତ୍ରିପାଠୀ, ଗାଇସିଲେଟ ଦ୍ୱିତୀୟ ପୁରସ୍କାର ସୁଭଦ୍ରା ଷଢଙ୍ଗୀ, ଟିକ୍ରାପଡା ତୃତୀୟ ପୁରସ୍କାର ଶସ୍ମିତା ମେହେର, ଠିକାଦାରପଡା ପାଇଥିଲେ। ମୁଖ୍ୟ ଆକର୍ଷଣ ଥିଲା, ଏଥିରେ ନଅ ବର୍ଷର ଦୁଇ ଜଣ ବାଳିକା ଏକଂlଶୀ ପଣ୍ଡା, ମାଲପଡା ପ୍ରଥମ ଓ ସ୍ଵାତିକା ମିଶ୍ର, ମାଲପଡା ଦ୍ୱିତୀୟ ସ୍ଥାନ ରଖି ପ୍ରଶଂସନୀୟ ହୋଇଥିଲେ। ଆସନ୍ତା ୨୭ ତାରିଖରେ ରୌପ୍ୟ ଜୟନ୍ତୀ ଉତ୍ସବରେ ଟାଉନ ବାଳିକା ବିଦ୍ୟାଳୟରେ ତାଙ୍କୁ ପୁରସ୍କୃତ କରାଯିବ। ୨୦ ତାରିଖରେ କଲେଜ ଛକରେ ଥିବା କଲ୍ୟାଣ ମଣ୍ଡପରେ ମ୍ୟୁଜିକାଲ ଚେୟାର ଓ ଶଙ୍ଖ ବଜାଇବା ପ୍ରତିଯୋଗିତା ମହିଳା ମାନଙ୍କର ଅନୁଷ୍ଠିତ ହେବ।

ଏହି କାର୍ଯ୍ୟକ୍ରମକୁ ରଂଜିତା ମିଶ୍ର ପରିଚାଳନା କରିଥିଲେ ଓ ଓକିଲ ସବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ମାଧୁରୀ ପଣ୍ଡା, ସ୍ୱ୍ମରଣିକା ପଣ୍ଡା, ପ୍ରଭାସିନୀ ପଣ୍ଡା, ଅନ୍ନପୂର୍ଣ୍ଣା ପଣ୍ଡା ପ୍ରୋମଦିନି ପଣ୍ଡା, ସଂଯୁକ୍ତା ମିଶ୍ର ଆରତୀ ଗୁରୁ ପ୍ରଭୁତି ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande