
ଭୁବନେଶ୍ୱର,୧୯ ମଇ (ହି.ସ.) - ଉତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ, ମେଜର ଜେନେରାଲ ଭୁବନ ଚନ୍ଦ୍ର ଖଣ୍ଡୁରୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଏକ ଶୋକବାର୍ତାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଉତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ, ମେଜର ଜେନେରାଲ ଭୁବନ ଚନ୍ଦ୍ର ଖଣ୍ଡୁରୀ (ଅବସରପ୍ରାପ୍ତ)ଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦ ଅଅଟେ। ରାଷ୍ଟ୍ର ସେବା, ଶୃଙ୍ଖଳା ଏବଂ ସୁଶାସନର ପ୍ରତୀକ, ତାଙ୍କର ବ୍ୟକ୍ତିତ୍ୱ ସାମରିକ ସେବାଠାରୁ ଆରମ୍ଭ କରି ସାଧାରଣ ଜୀବନ ପର୍ଯ୍ୟନ୍ତ ଉଚ୍ଚ ଆଦର୍ଶ ସ୍ଥାପନ କରିଥିଲା।
ଏହି ଦୁଃଖର ମୁହୂର୍ତରେ ଈଶ୍ୱର ସ୍ୱର୍ଗତ ଆତ୍ମାକୁ ଶାନ୍ତି ଏବଂ ତାଙ୍କ ପରିବାରକୁ ଶକ୍ତି ପ୍ରଦାନ କରନ୍ତୁ। ଓମ୍ ଶାନ୍ତି!
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା