
ଝାରସୁଗୁଡା, ୧୯ ମଇ (ହି.ସ.)- ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଝାରସୁଗୁଡା ରେଳଷ୍ଟେସନ ଅଞ୍ଚଳରେ ଚାଲିଥିବା ବିଶେଷ ଚଢ଼ଉ ସମୟରେ ୧୭ କେଜି ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ମହାରାଷ୍ଟ୍ର ରାଜ୍ୟର ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଦଳ ପକ୍ଷରୁ ଝାରସୁଗୁଡା ରେଳଷ୍ଟେସନ ନିକଟରେ ଚଢ଼ଉ କରାଯାଇଥିଲା । ଚଢ଼ଉ ବେଳେ ସନ୍ଦେହଜନକ ଭାବେ ଯାଉଥିବା ଦୁଇ ଜଣଙ୍କ ନିକଟରୁ ୧୭ କେଜି ଗଞ୍ଜେଇ ଜବତ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ମହାରାଷ୍ଟ୍ରର ନୀତେଶ ହୋମେଚାନ୍ଦ ମଂଜଡ଼ ଓ ଶୁଭମ ଶ୍ୟାମ ପରଡେ ।
ଏହି ଚଢ଼ଉରେ ଅବକାରୀ ନିରୀକ୍ଷକ ଖୀରୋଦ ଦାସ, ଉପ-ନିରୀକ୍ଷକ ବନମାଳୀ ନାଏକ, ସହ-ଉପ-ନିରୀକ୍ଷକ ନୀଳିମା କେର୍କେଟା ସହିତ ସିପାହୀ ବେଣୁଧର ପାଣ୍ଡେ, କୁନାଲ ସାହୁ ଓ ପୂଜା ଡନସେନା ସାମିଲ ଥିଲେ । ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠି ଜିଲ୍ଲାରେ ଅବୈଧ ନିଶା କାରବାର ବିରୋଧରେ ଚଢ଼ଉକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ