ଘରଭଙ୍ଗା ଓ ଚୋରି ଘଟଣାରେ ଜଣେ ଗିରଫ
ଘରଭଙ୍ଗା ଓ ଚୋରି ଘଟଣାରେ ଜଣେ ଗିରଫ
ଘରଭଙ୍ଗା ଓ ଚୋରି ଘଟଣାରେ  ଜଣେ ଗିରଫ


ସମ୍ବଲପୁର,୧୯, ମେ (ହି.ସ.)

ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନା ପୋଲିସ ପୃଥକ୍ ଘରଭଙ୍ଗା ଚୋରି ମାମଲାର ତଦନ୍ତ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ବିହାରୀପଡା ଭଙ୍ଗାମୁଣ୍ଡା ଅଞ୍ଚଳର ୨୨ ବର୍ଷିୟ ପପ୍ଲୁ ଓରଫ ପ୍ରବୀଣ କୁମ୍ଭାର ବୋଲି ଜଣାପଡିଛି। ପୋଲିସ ସୂଚନା ଅନୁଯାୟୀ, ଗତ ୨୮ ଫେବୃଆରୀ ରାତିରେ ଭଙ୍ଗାମୁଣ୍ଡାର ଅଦିତ୍ୟ ବେହେରାଙ୍କ ଘରେ କିଛି ଅଜଣା ଦୁର୍ବୃତ୍ତ ଘରଭଙ୍ଗା ଚୋରି କରିଥିଲେ । ପୁଣି ୧୭ ଏପ୍ରିଲ ରାତିରେ ରାହୁଲ ଓରାମଙ୍କ ଘରେ ମଧ୍ୟ ସମାନ ଧରଣର ଚୋରି ହୋଇଥିଲା । ଏନେଇ ହୀରାକୁଦ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିଲା ।

ତଦନ୍ତ ସମୟରେ ପୋଲିସ ପପୁ ଓରଫ ପ୍ରବୀଣ କୁମ୍ଭାରକୁ ଧରି ପଚରାଉଚରା କରିଥିଲା । ପଚରାଉଚରା ବେଳେ ସେ ଚୋରି ଘଟଣାରେ ସମ୍ପୃକ୍ତ ଥିବା ସ୍ୱୀକାର କରିଥିଲା । ଯାଞ୍ଚ୍ ବେଳେ ତା' ନିକଟରୁ ଗୋଟିଏ ପୋକୋ ମୋବାଇଲ ଫୋନ, ଗୋଟିଏ ହିରୋ ଜୁମ୍ ସ୍କୁଟର, ୩ଟି ସୁନା ନାକଫୁଲ, ୧୬ଟି ରୂପା କଏନ, ସୁନା ଓ ରୂପା ଚେନ, ୨ଟି ସୁନା ଆଙ୍ଗୁଠି ସହ ୩ ଜୋଡ଼ା ସୁନା କାନଫୁଲ ଜବତ କରାଯାଇଛି ।

ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ମାମଲାର ଅଧିକ ତଦନ୍ତ ଜାରି ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande