
ଭୁବନେଶ୍ୱର, ୧୯ ମଇ (ହି.ସ.)- ମଙ୍ଗଳବାର ଅପରାହ୍ନ ୨ଟା ୩୦ ସୁଦ୍ଧା ହିରାକୁଦରେ ତାପମାତ୍ରା ରାଜ୍ୟରେ ସର୍ବାଧିକ ୪୪.୦ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।
ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୪୩.୮ ଡ଼ିଗ୍ରୀ, ସମ୍ବଲପୁରରେ ୪୩.୪ ଡ଼ିଗ୍ରୀ, ଭୁବନେଶ୍ୱର ଓ ରାଉରକେଲାରେ ତାପମାତ୍ରା ୩୯.୬ ଡ଼ିଗ୍ରୀ, କେନ୍ଦୁଝରରେ ୩୮.୪ ଡ଼ିଗ୍ରୀ, ଚାନ୍ଦବାଲିରେ ୩୬.୪ ଡ଼ିଗ୍ରୀ, ବାଲେଶ୍ୱରରେ ୩୬.୦ ଡ଼ିଗ୍ରୀ, ପୁରୀରେ ୩୩.୮ ଡ଼ିଗ୍ରୀ, ଗୋପାଳପୁରରେ ୩୩.୨ ଡ଼ିଗ୍ରୀ, ପାରାଦୀପରେ ୩୩.୦ ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ