ଉଦ୍ଯାପିତ ହେଲା ଆନ୍ତର୍ଜାତୀୟ ନର୍ସିଂ ସପ୍ତାହ
କେନ୍ଦ୍ରାପଡ଼ା, ୧୯ ମଇ(ହି.ସ.) – କେନ୍ଦ୍ରାପଡ଼ା ଏସ୍ଓଏସ୍ ଗ୍ରୁଫ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସରେ ଦୀର୍ଘ ୭ଦିନ ଧରି ଚାଲିଥିବା ଆନ୍ତର୍ଜାତୀୟ ନର୍ସିଂ ସପ୍ତାହ ଓ ଅନୁଷ୍ଠାନର ବାର୍ଷିକ ଉତ୍ସବ ଉଦ୍ଯାପିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ଜ୍ୟୋର୍ତିମୟୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉଦ୍ଯାପନୀ
ଉଦ୍ଯାପିତ ହେଲା ଆନ୍ତର୍ଜାତୀୟ ନର୍ସିଂ ସପ୍ତାହ ।


କେନ୍ଦ୍ରାପଡ଼ା, ୧୯ ମଇ(ହି.ସ.) – କେନ୍ଦ୍ରାପଡ଼ା ଏସ୍ଓଏସ୍ ଗ୍ରୁଫ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସରେ ଦୀର୍ଘ ୭ଦିନ ଧରି ଚାଲିଥିବା ଆନ୍ତର୍ଜାତୀୟ ନର୍ସିଂ ସପ୍ତାହ ଓ ଅନୁଷ୍ଠାନର ବାର୍ଷିକ ଉତ୍ସବ ଉଦ୍ଯାପିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ଜ୍ୟୋର୍ତିମୟୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉଦ୍ଯାପନୀ ସଭାରେ ଡେରାବିଶ ବ୍ଲକର ଉନ୍ନୟନ ଅଧିକାରୀ ନମିତା ବାରିକ ସମ୍ମାନୀତ ଅତିଥି ଭାବେ ଡେରାବିଶ ତହସିଲଦାର ସରୋଜ ନାୟକ ଓ ମୁଖ୍ୟବକ୍ତା ଭାବେ ମୁଖ୍ୟ ଚିକିତ୍ସାଳୟର ଡଃ. ସୁକାନ୍ତ କୁମାର ପ୍ରଧାନ ଯୋଗଦେଇ ସମୟାନୁବର୍ତୀତା, କର୍ମନିଷ୍ଠା, ସେବା ମନୋଭାବ ରଖି ଏହି ବୃତିକୁ ଆପଣାଇ ନେଲେ ସମାଜରେ ଏକ ସଫଳ ସ୍ୱାସ୍ଥ୍ୟସେବିକା ହିସାବରେ ଛାତ୍ରଛାତ୍ରୀମାନେ ସୁନାମ ଅର୍ଜନ କରିବାର ସୌଭାଗ୍ୟ ହାସଲ କରିପାରିବେ। କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ସୁଖଦା ପ୍ରସାଦ ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସମ୍ପାଦକ ପ୍ରଶାନ୍ତ କୁମାର ସାମନ୍ତରାୟ, ବାଣିବ୍ରତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ମୁଖ୍ୟ ପ୍ରଶାସନିକ ଅଧିକାରୀ ଶ୍ରୀକାନ୍ତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷରେ ଅନୁଷ୍ଠାନର ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande