ନିର୍ଦ୍ୱନ୍ଦ୍ୱରେ ଆତ୍ମା ଅଧକ୍ଷ ହେଲେ ପବିତ୍ର କାନ୍ଦିଲିଆ
ଜୟପୁର, ୧୯ ମେ (ହି.ସ.) - କୋରାପୁଟ ଜିଲ୍ଲା ବୈପାରୀଗୁଡା କୃଷି ବିଭାଗର ଆତ୍ମା ଅଧକ୍ଷ ହେଲେ ପବିତ୍ର କାନ୍ଦିଲିଆ । ଆଜି ବୈପାରୀଗୁଡା କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ ବ୍ଲକ କୃଷି ଅଧିକାରୀ ସମତ ବିଭାଗୀୟ ଅଧିକାରୀ ଏବଂ ସଭ୍ୟସଭ୍ୟାଙ୍କ ଉପସ୍ଥିତିରେ ନିର୍ଦ୍ୱନ୍ଦ୍ୱରେ ଆତ୍ମା ସଂସ୍ଥାର ଅଧକ
ନିର୍ଦ୍ୱନ୍ଦ୍ୱରେ  ଆତ୍ମା  ଅଧକ୍ଷ ହେଲେ ପବିତ୍ର କାନ୍ଦିଲିଆ


ଜୟପୁର, ୧୯ ମେ (ହି.ସ.) - କୋରାପୁଟ ଜିଲ୍ଲା ବୈପାରୀଗୁଡା କୃଷି ବିଭାଗର ଆତ୍ମା ଅଧକ୍ଷ ହେଲେ ପବିତ୍ର କାନ୍ଦିଲିଆ । ଆଜି ବୈପାରୀଗୁଡା କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ ବ୍ଲକ କୃଷି ଅଧିକାରୀ ସମତ ବିଭାଗୀୟ ଅଧିକାରୀ ଏବଂ ସଭ୍ୟସଭ୍ୟାଙ୍କ ଉପସ୍ଥିତିରେ ନିର୍ଦ୍ୱନ୍ଦ୍ୱରେ ଆତ୍ମା ସଂସ୍ଥାର ଅଧକ୍ଷ ଭାବେ ନର୍ବାଚିତ ହୋଇଛନ୍ତି ପବିତ୍ର କାନ୍ଦିଲିଆ । ନବ ନିର୍ବାଚିତ ଆତ୍ମା ଅଧକ୍ଷ ଶ୍ରୀ କାନ୍ଦିଲିଆଙ୍କୁ ଉପଢ଼ୌକନ ଦେଇ ମିଠା ଖୁଆଇ ଶୁଭେଚ୍ଛା ଜଣାଇଛନ୍ତି କମିଟି ସଭ୍ୟ ସଭ୍ୟାମାନେ । କୃଷି କାର୍ଯ୍ୟରେ ଉନ୍ନତ ଅଭିଜ୍ଞତା ଥିବା ପ୍ରଗତିଶୀଳ ଚାଷୀ, ମହିଳା ଚାଷୀ ଏବଂ କୃଷକ ଉତ୍ପାଦକ ସଂଗଠନର ପ୍ରତିନିଧି ଏବଂ ବିଭିନ୍ନ ବିଭାଗ ମଧ୍ୟରୁ କୃଷି, ଉଦ୍ୟାନ କୃଷି , ପ୍ରାଣୀ ସମ୍ପଦ, ମତ୍ସ୍ୟଚାଷ ଏବଂ ମୃତିକା ସଂରକ୍ଷଣର ଅଧିକାରୀମାନଙ୍କୁ ନେଇ ଏହି ଟିମ୍ ଗଠିତ ହୋଇଯାଇଛି । ଏହି ଅବସରରେ ଆତ୍ମା ଅଧକ୍ଷ କହିଛନ୍ତି ଯେ, ଚାଷୀମାନଙ୍କର ସମସ୍ୟା, ସେମାନଙ୍କ ଆବଶ୍ୟକତା ଏବଂ ମତାମତକୁ କମିଟି ଆଗରେ ଉପସ୍ଥାପନ ପାଇଁ ସୁଯୋଗ ଦିଆଯିବ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରସାରଣରେ ସହଯୋଗ କରାଯିବ । ଚାଷୀମାନଙ୍କୁ ନୂତନ କୃଷି ଜ୍ଞାନକୌଶଳ ସମ୍ପର୍କରେ ତାଲିମ ପ୍ରଦାନ, କ୍ଷେତ୍ରସ୍ତରରେ ପ୍ରଦର୍ଶନ, ଗବେଷଣା ସଂସ୍ଥା ଏବଂ ଚାଷୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯିବ, ରାଜ୍ୟ ସରକାରଙ୍କ କୃଷି ବିଭାଗ ଏବଂ କେନ୍ଦ୍ରୀୟ ଯୋଜନାଗୁଡ଼ିକର ସୁବିଧା ତୃଣମୂଳ ସ୍ତରରେ ପହଂଚାଇବା ପାଇଁ ଚେଷ୍ଟା କରାଯିବ । ନୂତନ ଆତ୍ମା ଅଧକ୍ଷ ନିର୍ବାଚନ ସମୟରେ ବ୍ଲକ କୃଷି ଅଧିକାରୀ ସୋମ୍ୟ ରଞ୍ଜନ ପାତ୍ର, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ଦୀପକ ରଞ୍ଜନ ମହାପାତ୍ର, ବୈପାରୀଗୁଡା ସହକାରୀ କୃଷି ଅଧିକାରୀ ନନ୍ଦୁ ଯାନୀ, ରାମଗିରି ସହକାରୀ କୃଷି ଅଧିକାରୀ କେଶବ ଚାନ୍ଦ ଗୌଡ଼, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ‘ଆସିଷ୍ଟାଂଟ ଫିସେରୀ ଅଫିସର ବିଘ୍ନ ହିଆଲ, ବ୍ଲକ ଟେକ୍ଲୋଲଜୀ ମେନେଜେର (ବିଟିଏମ) ଭାଗବତ ପ୍ରସାଦ ରଥ ସମତ ୨୨ ଟି କମିଟି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande