
ଭୁବନେଶ୍ୱର, ୧୯ ମଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କୋରାପୁଟ ଜିଲ୍ଲାର ସିମିଳିଗୁଡାରେ ସର୍ବାଧିକ ୬୯.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ବାଲେଶ୍ୱର ଜିଲ୍ଲାର ଏନଏଚ ୫, ଗୋବିନ୍ଦପୁରରେ ୨୭.୨ ମି.ମି., ମୟୂରଭଞ୍ଜ ଜିଲ୍ଲାର ଚନ୍ଦୁଆରେ ୨୭.୦ ମି.ମି., ଶାମାଖୁଂଟାରେ ୨୨.୦ ମି.ମି., ବାଲେଶ୍ୱର ଜିଲ୍ଲାର ରେମୁଣାରେ ୧୭.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ରେ ୧୪.୨ ମି.ମି., ବାଲେଶ୍ୱର ଜିଲ୍ଲାର ବାଲେଶ୍ୱରରେ ୧୧.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ବେତନଟିରେ ୧୧.୦ ମି.ମି., ଜି.ବି.ନଗରରେ ୧୦.୦ ମି.ମି., ବଲାଙ୍ଗିର ଜିଲ୍ଲାର ଅଗଲପୁରରେ ୯.୫ ମି.ମି., ବାଲେଶ୍ୱର ଜିଲ୍ଲାର ଜଇପୁରରେ ୯.୨ ମି.ମି., ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦାରେ ୮.୦ ମି.ମି. ଏବଂ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଂଟିରେ ୭.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ