ରୁଷରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର, ୧୯ ମଇ (ହି.ସ.) : ବିରୋଧୀ ଦଳନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୁଷରେ ୟୁକ୍ରେନ ଡ୍ରୋନ୍ ଆକ୍ରମଣରେ ଗଞ୍ଜାମ ଜିଲ୍ଲାର ଯୁବକ ଏ. ରମୟାଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏହି ଦୁଃଖଦ ଘଟ
ନବୀନ ପଟ୍ଟନାୟକ


ଭୁବନେଶ୍ୱର, ୧୯ ମଇ (ହି.ସ.) : ବିରୋଧୀ ଦଳନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୁଷରେ ୟୁକ୍ରେନ ଡ୍ରୋନ୍ ଆକ୍ରମଣରେ ଗଞ୍ଜାମ ଜିଲ୍ଲାର ଯୁବକ ଏ. ରମୟାଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସୋସିଆଲ ମିଡିଆରେ ପୋଷ୍ଟ କରି ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏହି ଦୁଃଖଦ ଘଟଣା ସମ୍ପର୍କରେ ଜାଣି ସେ ମର୍ମାହତ ହୋଇଛନ୍ତି। ସେ ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

ଚିକିଟି ଅଞ୍ଚଳର ଯୁବକ ଏ. ରମୟାଙ୍କ ମରଶରୀରକୁ ଶୀଘ୍ର ପରିବାର ନିକଟକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ତୁରନ୍ତ ସହାୟତା ଯୋଗାଇ ଦେବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande