



ସମ୍ବଲପୁର,୧୯, ମେ (ହି.ସ.) ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମେଳନ କକ୍ଷରେ ହାଇସ୍ପିଡ୍ ଡିଜେଲ୍ ଏବଂ ମୋଟର ସ୍ପିରିଟ୍ କମ୍ ପେଟ୍ରୋଲର ଉପଲବ୍ଧତା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଆଇଓସିଏଲ୍, ଏଚପିସିଏଲ୍, ଓ ବିପିସିଏଲ୍ ର ସେଲ୍ସ ଅଫିସରମାନେ, ପେଟ୍ରୋଲ୍ ପମ୍ପ ମାଲିକମାନେ ଏବଂ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଜିଲ୍ଲାପାଳ ତେଲ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ଇନ୍ଧନ ଯୋଗାଣର ସମୀକ୍ଷା କରି ଯୋଗାଣ ଅଫିସର ମାନଙ୍କୁ ପେଟ୍ରୋଲ୍ ପମ୍ପଗୁଡ଼ିକୁ ନୀରବଚ୍ଛିନ୍ନ ଭାବେ ଇନ୍ଧନ ଯୋଗାଣର ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପମ୍ପ ମାଲିକମାନଙ୍କୁ ମଧ୍ୟ ଗ୍ରାହକମାନଙ୍କୁ ଇନ୍ଧନର କୌଣସି ଅଭାବ ନଥିବା ବିଷୟରେ ବୁଝାଇ ଅନାବଶ୍ୟକ ଭାବରେ ଅଧିକ ପରିମାଣରେ କ୍ରୟରୁ ବିରତ ରହିବାକୁ ପ୍ରେରିତ କରି ପରିସ୍ଥିତିକୁ ସୁଚାରୁ ଭାବେ ପରିଚାଳନା କରିବାକୁ କୁହାଯାଇଥିଲା। ପେଟ୍ରୋଲ୍ ପମ୍ପ ମାଲିକମାନଙ୍କୁ କୌଣସି ଅସାଧୁ ବ୍ୟବସାୟିକ ପ୍ରକ୍ରିୟାରୁ ବିରତ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ଯୋଗାଣ ଅଧିକାରୀ ଓ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ ଅମାନ୍ୟ କରିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଇ ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ