ଗ୍ରାମାଞ୍ଚଳରୁ ସହରକୁ ସଂଯୋଗ ପାଇଁ ରାଜ୍ୟ ସରକାରଙ୍କ ଭଲ ପଦକ୍ଷେପ : ରାସ୍ତା ନିର୍ମାଣ ପାଇଁ କରାଯାଉଛି ଅନେକ ଯୋଜନା
ବଲାଙ୍ଗିର, ୧୯ ମଇ (ହି.ସ.)- ରାଜ୍ୟ ସରକାର ଗ୍ରାମାଞ୍ଚଳର ଉନ୍ନତି ପାଇଁ କରୁଛନ୍ତି ଅନେକ ଯୋଜନା । ଯୋଜନା ମାଧ୍ୟମରେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ ହେଉଛି । ବିଶେଷ କରି ବିଗତ ସରକାରରେ ଯାହା ହୋଇନଥିଲା ତାହା ବର୍ତମାନ ସରକାର କରିକି ଦେଖାଉଛି । ଯେଉଁ ଗାଁ ଲୋକଙ୍କୁ ଯିବା ଆସିବା ପାଇ
*ଗ୍ରାମାଞ୍ଚଳ ରୁ ସହର କୁ ସଂଯୋଗ ପାଇଁ ରାଜ୍ୟ ସରକାରଙ୍କ ଭଲ ପଦକ୍ଷେପ* *ରାସ୍ତା ନିର୍ମାଣ ପାଇଁ କରାଯାଉଛି ଅନେକ ଯୋଜନା*


*ଗ୍ରାମାଞ୍ଚଳ ରୁ ସହର କୁ ସଂଯୋଗ ପାଇଁ ରାଜ୍ୟ ସରକାରଙ୍କ ଭଲ ପଦକ୍ଷେପ* *ରାସ୍ତା ନିର୍ମାଣ ପାଇଁ କରାଯାଉଛି ଅନେକ ଯୋଜନା*


*ଗ୍ରାମାଞ୍ଚଳ ରୁ ସହର କୁ ସଂଯୋଗ ପାଇଁ ରାଜ୍ୟ ସରକାରଙ୍କ ଭଲ ପଦକ୍ଷେପ* *ରାସ୍ତା ନିର୍ମାଣ ପାଇଁ କରାଯାଉଛି ଅନେକ ଯୋଜନା*


*ଗ୍ରାମାଞ୍ଚଳ ରୁ ସହର କୁ ସଂଯୋଗ ପାଇଁ ରାଜ୍ୟ ସରକାରଙ୍କ ଭଲ ପଦକ୍ଷେପ* *ରାସ୍ତା ନିର୍ମାଣ ପାଇଁ କରାଯାଉଛି ଅନେକ ଯୋଜନା*


ବଲାଙ୍ଗିର, ୧୯ ମଇ (ହି.ସ.)- ରାଜ୍ୟ ସରକାର ଗ୍ରାମାଞ୍ଚଳର ଉନ୍ନତି ପାଇଁ କରୁଛନ୍ତି ଅନେକ ଯୋଜନା । ଯୋଜନା ମାଧ୍ୟମରେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ ହେଉଛି । ବିଶେଷ କରି ବିଗତ ସରକାରରେ ଯାହା ହୋଇନଥିଲା ତାହା ବର୍ତମାନ ସରକାର କରିକି ଦେଖାଉଛି । ଯେଉଁ ଗାଁ ଲୋକଙ୍କୁ ଯିବା ଆସିବା ପାଇଁ ଅନେକ ସମସ୍ଯାର ସାମ୍ନା କରିବାକୁ ପଡୁଥିଲା ତାହା ବର୍ତମାନର ସରକାର ରାସ୍ତା ତିଆରି କରି ଲୋକଙ୍କ ସହରାଞ୍ଚଳକୁ ସଂଯୋଗ ସ୍ଵପ୍ନ ପୂରଣ କରିଛନ୍ତି । ତୁରେକେଲା ବ୍ଲକ ମାଓ ପ୍ରବଣ ଅଞ୍ଚଳ । ତୁରେକେଲା ବ୍ଲକରେ ଏମିତି ଅନେକ ଗାଁ ଅଛି ଯେଉଁ ଗାଁ ର ଲୋକ ମାନେ ନିଜ କାମରେ ସହରକୁ ଆସିବା ପାଇଁ ଅନେକ ଥର ଭାବିବାକୁ ପଡିଥାଏ । କାରଣ ରାସ୍ତା ଖରାପ ଯୋଗୁ ସେମାନେ କେମିତି ସହରକୁ ଆସିବେ, ଯଦି ଆସିବେ ତେବେ ଫେରିବା ବେଳେ କୌଣସି ଅଘଟଣ ବା ଦୁର୍ଘଟଣା ଶିକାର ହେବାର ସମ୍ଭାବନା ଥିବା ଭାବିଥାନ୍ତି । କିନ୍ତୁ ଏବେ ଲୋକେ ଆରାମରେ ଭଲ ରାସ୍ତା ଯୋଗୁ ଯିବା ଆସିବା କରୁଛନ୍ତି । ତୁରେକେଲା ବ୍ଲକ କମେଇମୁଣ୍ଡା ପଂଚାୟତ ପାଖନମୁଣ୍ଡା ଗାଁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲ ପାଖ ଜମିରେ ରାସ୍ତା ନିର୍ମାଣ କରାଯାଉଛି । ଏହି ରାସ୍ତା ପାଇଁ ଟେଣ୍ଡର ହୋଇଥିବା ବେଳେ ରାସ୍ତା କାମ ଆରମ୍ଭ ହୋଇଗଲାଣି । ରାସ୍ତା ନିର୍ମାଣ ପାଇଁ ସରକାରୀ ସ୍ତରରେ ଯାହା କିଛି କାଗଜ ପତ୍ର କରିବା କଥା ତାହା ହୋଇଛି । କୁଇବାହାଲରୁ କମେଇମୁଣ୍ଡା ଭାୟା ପଖଣମୁଣ୍ଡା ରାସ୍ତା ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ରାସ୍ତା ନିର୍ମାଣ ହେଲେ ଅନେକ ଲୋକ ଉପକୃତ ହେବେ । ପୂର୍ବରୁ ମଧ୍ୟ ଗାଁ ଲୋକ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ପାଖରେ ନିବେଦନ କରିଥିଲେ । ବର୍ତମାନ ସମୟରେ ରାସ୍ତା ନିର୍ମାଣ ହେଉଥିବା ଯୋଗୁ ଗାଁ ଲୋକ ଖୁସି ଥିବା ଜଣାଯାଏ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande