
- ରାହୁଲ ଗାନ୍ଧୀ ଦୁଇ ଦିନିଆ ରାୟବରେଲି ଗସ୍ତରେ
ରାୟବରେଲି, ୧୯ ମଇ (ହିସ) ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ତାଙ୍କ ଦୁଇ ଦିନିଆ ଉତର ପ୍ରଦେଶ ଗସ୍ତର ପ୍ରଥମ ଦିନରେ ରାୟବରେଲିରେ କହିଥିଲେ ଯେ ଦେଶ ଉପରେ ଏକ ଆର୍ôଥକ ଝଡ଼ ଆସିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ନିର୍ମିତ ଢାଂଚା ଭୁଶୁଡ଼ି ପଡ଼ିବାକୁ ଯାଉଛି।
ରାୟବରେଲିରେ ସାମ୍ବାଦିକମାନଙ୍କ ସହ କଥାବାର୍ତା ସମୟରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଚାଷୀ, ଛୋଟ ବ୍ୟବସାୟ ଏବଂ ସାଧାରଣ ଲୋକ ଏହାର ପରିଣାମ ଭୋଗ କରିବେ। ପ୍ରଧାନମନ୍ତ୍ରୀ ନିଜେ ବିଦେଶ ଯାଉଛନ୍ତି ଏବଂ ଅନ୍ୟମାନଙ୍କୁ ଯିବାରୁ ବାରଣ କରୁଛନ୍ତି।
ପ୍ରକୃତରେ, ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ରାୟବରେଲି ସଂସଦୀୟ କ୍ଷେତ୍ରକୁ ଦୁଇ ଦିନିଆ ଗସ୍ତ ପାଇଁ ରାୟବରେଲିରେ ପହଂଚିଥିଲେ। କର୍ମୀମାନେ ଚୁରୁୱା ସୀମାରେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସେ ଚୁରୁୱା ସୀମାରେ ଅବସ୍ଥିତ ହନୁମାନ ମନ୍ଦିରରେ ମୁଣ୍ଡ ନଇଁ ଆଶୀର୍ବାଦ ନେଇଥିଲେ। ଏହି ସମୟରେ ବାହାରେ କର୍ମୀମାନେ ତାଙ୍କ ସପକ୍ଷରେ ସ୍ଲୋଗାନ ଦେଉଥିଲେ। ରାହୁଲ ତା'ପରେ ବଛରୱାନ ଯାଇ ଭକ୍ତିନ ଖେଡା ଗାଁରେ ସାଂସଦ ପାଣ୍ଠିରେ ନିର୍ମିତ ଏକ ବିବାହ ହଲ୍ ଉଦଘାଟନ କରିଥିଲେ। ରାହୁଲ ୧୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ବିବାହ ହଲ୍ ପାଇଁ ମଧ୍ୟ ଭିତିପ୍ରସ୍ତର ସ୍ଥାପନ କରିଥିଲେ।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ