ଆରଜି କର ମାମଲାରେ କୋର୍ଟରେ ପହଂଚିଲେ ସଞ୍ଜୀବ 'କାକୁ'; କହିଲେ ମିଥ୍ୟା ମାମଲାରେ ମୋତେ ଫସାଇ ଦିଆଯାଇଛି
କୋଲକାତା, ୧୯ ମଇ (ହି.ସ.)- ଆର.ଜି. କର୍ ମେଡ଼ିକାଲ କଲେଜର ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ଏକ ନୂଆ ମୋଡ଼ ଆସିଛି । ପୀଡ଼ିତାଙ୍କ ମାଆ ପୂର୍ବତନ ତୃଣମୂଳ କଂଗ୍ରେସ ବିଧାୟକ ନିର୍ମଳ ଘୋଷଙ୍କ ସମେତ ତିନି ଜଣଙ୍କୁ ଗିରଫ କରିବାକୁ ଦାବି କରିବା ପରେ ସଞ୍ଜୀବ ମୁଖାର୍ଜୀ ଓରଫ ''କାକୁ'' ବର୍ତମ
ଆରଜି କର ମାମଲାରେ କୋର୍ଟରେ ପହଂଚିଲେ ସଞ୍ଜୀବ 'କାକୁ'; କହିଲେ ମିଥ୍ୟା ମାମଲାରେ ମୋତେ ଫସାଇ ଦିଆଯାଇଛି


କୋଲକାତା, ୧୯ ମଇ (ହି.ସ.)- ଆର.ଜି. କର୍ ମେଡ଼ିକାଲ କଲେଜର ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ଏକ ନୂଆ ମୋଡ଼ ଆସିଛି । ପୀଡ଼ିତାଙ୍କ ମାଆ ପୂର୍ବତନ ତୃଣମୂଳ କଂଗ୍ରେସ ବିଧାୟକ ନିର୍ମଳ ଘୋଷଙ୍କ ସମେତ ତିନି ଜଣଙ୍କୁ ଗିରଫ କରିବାକୁ ଦାବି କରିବା ପରେ ସଞ୍ଜୀବ ମୁଖାର୍ଜୀ ଓରଫ 'କାକୁ' ବର୍ତମାନ କଲିକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ମଙ୍ଗଳବାର ଦିନ ସେ ହାଇକୋର୍ଟରେ ଏକ ଆବେଦନ ଦାୟର କରି ଦାବି କରିଛନ୍ତି ଯେ, ତାଙ୍କୁ ଏକ ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି । ତାଙ୍କ ଓକିଲ ବିଚାରପତି ସୌଗତ ଭଟ୍ଟାଚାର୍ଯ୍ୟଙ୍କ ଅଦାଲତରେ କହିଥିଲେ ଯେ, ତାଙ୍କ ମହକିଲଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗ ଭିତିହୀନ ଏବଂ ଏନେଇ କୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ ।

ଏହି ଆବେଦନରେ ଏହା ମଧ୍ୟ ଅଭିଯୋଗ କରାଯାଇଥିଲା ଯେ, ରାଜ୍ୟରେ ତୃଣମୂଳ କଂଗ୍ରେସର ପରାଜୟ ପରେ ତାଙ୍କ ଘରକୁ ଭଙ୍ଗାରୁଜା କରାଯାଇଥିଲା । କୋର୍ଟ ସେମାନଙ୍କୁ ମାମଲା ଦାୟର କରିବାକୁ ଅନୁମତି ଦେଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୀଡ଼ିତାଙ୍କ ମାଆ ନିକଟରେ ହାଇକୋର୍ଟରେ ସାନି ତଦନ୍ତ ପାଇଁ ଏକ ପିଟିସନ୍ ଦାଖଲ କରିଥିଲେ । ସେ ମଧ୍ୟ ସିଆଲଦା କୋର୍ଟରେ ପୂର୍ବତନ ବିଧାୟକ ନିର୍ମଳ ଘୋଷ, ସଞ୍ଜୀବ ମୁଖାର୍ଜୀ ଏବଂ ପାନିହାଟୀ ପୌରପାଳିକା ଅଧ୍ୟକ୍ଷ ସୋମନାଥ ଦେଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande