ଭାରତୀୟ ରେଳବାଇ ଦ୍ୱାରା ଦୁଇଟି ନୂତନ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ସେବାର ଶୁଭାରମ୍ଭ
ଭୁବନେଶ୍ୱର,୧୯ ମଇ (ହି.ସ.) - ଚଳିତ ଗ୍ରୀଷ୍ମଋତୁ ସମୟରେ ଯାତ୍ରୀମାନଙ୍କର ଚାହିଦାକୁ ପୂରଣ କରିବା ପାଇଁ, ଭାରତୀୟ ରେଳବାଇ ପାଟନା ଜଙ୍କସନ ଏବଂ ଖୋର୍ଦ୍ଧା ରୋଡ଼ ମଧ୍ୟରେ ଚାଲୁଥିବା ସାପ୍ତାହିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ସେବାର ଅବଧି ବୃଦ୍ଧି ଏବଂ ବୀରାଙ୍ଗନା ଲକ୍ଷ୍ମୀବାଈ ଝାନ୍ସି ଓ ଖୋର୍ଦ୍
trains


ଭୁବନେଶ୍ୱର,୧୯ ମଇ (ହି.ସ.) - ଚଳିତ ଗ୍ରୀଷ୍ମଋତୁ ସମୟରେ ଯାତ୍ରୀମାନଙ୍କର ଚାହିଦାକୁ ପୂରଣ କରିବା ପାଇଁ, ଭାରତୀୟ ରେଳବାଇ ପାଟନା ଜଙ୍କସନ ଏବଂ ଖୋର୍ଦ୍ଧା ରୋଡ଼ ମଧ୍ୟରେ ଚାଲୁଥିବା ସାପ୍ତାହିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ସେବାର ଅବଧି ବୃଦ୍ଧି ଏବଂ ବୀରାଙ୍ଗନା ଲକ୍ଷ୍ମୀବାଈ ଝାନ୍ସି ଓ ଖୋର୍ଦ୍ଧା ରୋଡ଼ ମଧ୍ୟରେ ଏକ ନୂତନ ସାପ୍ତାହିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ସେବା ଆରମ୍ଭ କରିବାକୁ ଘୋଷଣା କରିଛି।

ଯାତ୍ରୀମାନଙ୍କର କ୍ରମାଗତ ଚାହିଦାକୁ ଦୃଷ୍ଟିରେ ରଖି ପାଟନା ଜଙ୍କସନ ଏବଂ ଖୋର୍ଦ୍ଧା ରୋଡ଼ ମଧ୍ୟରେ ଚାଲୁଥିବା ସାପ୍ତାହିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ସେବାର ଅବଧି ବୃଦ୍ଧି କରାଯାଇଛି। ଟ୍ରେନ୍ ନଂ ୦୩୨୩୦ ପାଟନା ଜଙ୍କସନ – ଖୋର୍ଦ୍ଧା ରୋଡ଼ ସାପ୍ତାହିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ୨୫ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଟ୍ରେନ୍ ନଂ ୦୩୨୨୯ ଖୋର୍ଦ୍ଧା ରୋଡ଼ – ପାଟନା ଜଙ୍କସନ ସାପ୍ତାହିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ୨୬ ଜୁନ୍, ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ଏହି ଟ୍ରେନ୍ ଗୁଡ଼ିକର ସମୟସୂଚୀ, ଷ୍ଟପେଜ୍ ଏବଂ କୋଚ୍ ସଂରଚନାରେ କୌଣସି ପରିବର୍ତନ ହେବ ନାହିଁ।

ଏହା ବ୍ୟତୀତ, ଯାତ୍ରୀମାନଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ବୀରାଙ୍ଗନା ଲକ୍ଷ୍ମୀବାଈ ଝାନ୍ସି ଏବଂ ଖୋର୍ଦ୍ଧା ରୋଡ଼ ମଧ୍ୟରେ ଏକ ନୂତନ ସାପ୍ତାହିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ସେବା (୦୧୯୨୯ /୦୧୯୩୦) ଆରମ୍ଭ କରିଛି।ଟ୍ରେନ୍ ନଂ ୦୧୯୨୯ ବୀରାଙ୍ଗନା ଲକ୍ଷ୍ମୀବାଈ ଝାନ୍ସି – ଖୋର୍ଦ୍ଧା ରୋଡ଼ ସାପ୍ତାହିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ପ୍ରତି ଶୁକ୍ରବାର ଭୋର ୦୪:୫୫ ଘଣ୍ଟାରେ ବୀରାଙ୍ଗନା ଲକ୍ଷ୍ମୀବାଈ ଝାନ୍ସିରୁ ଛାଡ଼ିବ ଏବଂ ଶନିବାର ସନ୍ଧ୍ୟା ୦୭:୩୦ ଘଂଟାରେ ଖୋର୍ଦ୍ଧା ରୋଡ଼ ଜଙ୍କସନରେ ପହଞ୍ଚିବ।ଟ୍ରେନ୍ ନଂ ୦୧୯୩୦ ଖୋର୍ଦ୍ଧା ରୋଡ଼ – ବୀରାଙ୍ଗନା ଲକ୍ଷ୍ମୀବାଈ ଝାନ୍ସି ସାପ୍ତାହିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ପ୍ରତି ରବିବାର ରାତି ୦୦:୩୫ ଘଂଟାରେ ଖୋର୍ଦ୍ଧା ରୋଡ଼ ଜଙ୍କସନରୁ ଛାଡ଼ିବ ଏବଂ ସୋମବାର ୧୧:୧୫ ଘଣ୍ଟାରେ ବୀରାଙ୍ଗନା ଲକ୍ଷ୍ମୀବାଈ ଝାନ୍ସିରେ ପହଞ୍ଚଂଚବ।

ଏହି ନୂତନ ଭାବେ ପ୍ରଚଳିତ ଟ୍ରେନ୍ ସେବା ଗ୍ୱାଲିୟର, ଇଟାୱା, ସୁବେଦାରଗଞ୍ଜ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ, ଗୟା, ଆଦ୍ରା, ହିଜଲି, ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ଼, ନରାଜ ମାର୍ଥାପୁର ଏବଂ ଭୁବନେଶ୍ୱର ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ରହଣି କରିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande