
ଭୁବନେଶ୍ୱର, 19 ମଇ (ହି.ସ.) ଶ୍ରୀଜଗନ୍ନାଥ ମନ୍ଦିରର ଭିତର ରତ୍ନଭଣ୍ଡାରରେ ରହିଥିବା ରତ୍ନ ଓ ଅଳଙ୍କାରର ଗଣତି କାର୍ଯ୍ୟ ଆଜିଠାରୁ ପୁଣି ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଏହି ଗଣତି ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ସଂପାଦିତ ହେବ। ପ୍ରଶାସନ ସୂଚନା ଅନୁସାରେ, ମେ’ ୧୯, ୨୧, ୨୩, ୨୬, ୨୮, ୨୯ ଓ ୩୦ ତାରିଖରେ ରତ୍ନ ଗଣତି କାର୍ଯ୍ୟ କରାଯିବ।
ପ୍ରତ୍ୟେକ ଦିନ ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଗଣତି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କୁହାଯାଇଛି। ଏହା ସହିତ ସୁରକ୍ଷା ଓ ପ୍ରଶାସନିକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଭିତରକାଠ ନିକଟରୁ ଭକ୍ତମାନଙ୍କ ଦର୍ଶନକୁ ସାମୟିକ ଭାବେ ବନ୍ଦ ରଖାଯିବ।
ଶ୍ରୀମନ୍ଦିର ପ୍ରଶାସନ ଭକ୍ତମାନଙ୍କୁ ସହଯୋଗ ଓ ଶୃଙ୍ଖଳା ରକ୍ଷା ପାଇଁ ଅନୁରୋଧ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ