
କେନ୍ଦ୍ରାପଡ଼ା, ୧୯ ମଇ(ହି.ସ.) – କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରାଜ୍ୟର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ୍.ଆଇ.ଆର୍) କାର୍ଯ୍ୟକ୍ରମ ଲାଗୁ କରାଯାଇଥିବା ପରିପେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାରେ ଏହାର ସଫଳ ରୂପାୟନ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ରଘୁରାମ୍ ଆ.ର୍ଆୟାଙ୍ର୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ସହ ଆଲୋଚନା ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସ୍.ଆଇ.ଆର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମତଦାତାଙ୍କୁ ଭୋଟର୍ ତାଲିକାରେ ସାମିଲ୍ କରିବା ସହ ଅଯୋଗ୍ୟ, ମୃତ ଓ ନକଲ ନାମ ଗୁଡିକୁ ଚିହ୍ନଟ କରି ବାଦ୍ ଦେବା, ସ୍ଥାନାନ୍ତରିତ ମତଦାତାଙ୍କ ତଥ୍ୟ ସଂଶୋଧନ କରାଯିବା ସହ ଭୋଟର ତାଲିକାରେ ସଠିକତା, ସ୍ୱଚ୍ଛତା ଓ ବିଶ୍ୱାସନୀୟତା ବୃଦ୍ଧି ପାଇଁ ଏହି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ବୈଠକରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶିବ ପ୍ରସାଦ ଭୋଳ, ବିଜେପିର ଉପିନ କୁମାର ରାଉତ, ଜାତୀୟ କଂଗ୍ରେସର ପ୍ରଫୁଲ୍ଲ କୁମାର ଦାସ, ବିଏସ୍ପିର ସୁଧାକର ମଲ୍ଲିକ, ସିପିଆଇଏମ୍ର ଜଗତଜୀବନ ଦାଶ ଏବଂ ଆମ୍ ଆଦ୍ମି ପାର୍ଟିର ସୂର୍ଯ୍ୟକାନ୍ତ ପରିଡା ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ନିର୍ବାଚନ ଅଧିକାରୀ ସମସ୍ତ ରାଜନୈତିକ ଦଳକୁ ବୁଥ ସ୍ତରୀୟ ଏଜେଣ୍ଟଙ୍କ ତାଲିକା ପ୍ରଦାନ କରିବା ସହ ଏସ୍ଆଇଆର୍ ସମ୍ପର୍କିତ ମତାମତ ଓ ପରାମର୍ଶ ଲିଖିତ ଆକାରରେ ଜିଲ୍ଲାପାଳ କିମ୍ବା ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କୁ ଜଣେଇବାକୁ ଅନୁରୋଧ କରିଥିଲେ। ଜୁଲାଇ ୧ ରୁ କ୍ୱାଲିଫାଇଂ ତାରିଖ ଭାବେ ଧାର୍ଯ୍ୟ କରାଯାଇଥିବାବେଳେ ଜୁନ୍ ୨୮ ସୁଦ୍ଧା ପୋଲିସ୍ ଷ୍ଟେସନ୍ ଗୁଡିକର ରାସନ୍ ଲାଇଜେସନ୍ କାର୍ଯ୍ୟ ସମ୍ପୃକ୍ତ ହେବା କେନ୍ଦ୍ରାପଡା ଜିଲ୍ଲାର ୫ଟି ବିଧାନସଭା ଆସନରେ ମୋଟ୍ ୧୪୪୯ଟି ପୋଲିଂ ଷ୍ଟେସନ୍ ରହିଥିବାବେଳେ ୧୪୫ ଜଣ ବିଏଲ୍ଓ ସୁପର ଭାଇଜର ଓ ୧୪୪୯ ଜଣ ବୁଥ୍ସ୍ତରୀୟ ଅଧିକାରୀ ନିୟୋଜିତ ଅଛନ୍ତି। ମାପିଂ ଏସ୍ଆଇ ପ୍ରକ୍ରିୟାରେ ମତଦାତା ତାଲିକା ସଂଶୋଧନ କାର୍ଯ୍ୟକୁ ଦାୟିତ୍ୱର ସହ ସମ୍ପାଦାନ କରିବା ପାଇଁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା ଓ ରବିନ୍ଦ୍ର କୁମାର ମଲ୍ଲିକ ନିର୍ବାଚନ ବିଭାଗର ଡେପୁଟି କଲେକ୍ଟର ଅମୀୟ କେତନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି