କନ୍ଧମାଳରେ ଏସ୍ ଆଇ ଆର୍ ଆରମ୍ଭ : ଭୋଟର ତାଲିକାରୁ ହଟିବ ଡୁପ୍ଲିକେଟ୍ ନାମ, ଯୋଡି ହେବ ନୂଆ ଭୋଟର, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ
କନ୍ଧମାଳ, ୧୯ ମଇ (ହି.ସ.)- ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟର ତାଲିକାକୁ ଶତପ୍ରତିଶତ ନିର୍ଭୁଲ କରିବା ଲାଗି କନ୍ଧମାଳ ଜିଲ୍ଲାରେ ସୋମବାର ଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ(ଏସଆଇଆର) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ବେଦଭୂଷଣଙ୍
ଫୋଟ ୨


ଫୋଟ


କନ୍ଧମାଳ, ୧୯ ମଇ (ହି.ସ.)- ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟର ତାଲିକାକୁ ଶତପ୍ରତିଶତ ନିର୍ଭୁଲ କରିବା ଲାଗି କନ୍ଧମାଳ ଜିଲ୍ଲାରେ ସୋମବାର ଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ(ଏସଆଇଆର) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ବେଦଭୂଷଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନ ୪ଟାରେ ଜିଲ୍ଲା କଲେକ୍ଟରେଟ୍ ର ସଦଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ ଯେ, ଏଥର ଏସ୍ ଆଇ ଆର ରେ ଘରକୁ ଘର ଯାଇ ଯାଞ୍ଚ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ। ୧ ଜାନୁଆରୀ ୨୦୨୬ ସୁଦ୍ଧା ୧୮ ବର୍ଷ ପୂରଣ କରିଥିବା ଯୋଗ୍ୟ ଭୋଟରଙ୍କ ନାମ ଫର୍ମ-୬ ମାଧ୍ୟମରେ ଯୋଡାଯିବ। ସେହିପରି ମୃତ ଓ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ଭୋଟରଙ୍କ ନାମ ଫର୍ମ-୭ରେ ବାଦ୍ ଦିଆଯିବ ଏବଂ ଡୁପ୍ଲିକେଟ୍, ଭୁଲ୍ ନାମ, ଠିକଣା କିମ୍ବା ଫଟୋ ଫର୍ମ-୮ ଦ୍ୱାରା ସଂଶୋଧନ କରାଯିବ। “ଗୋଟିଏ ବି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍ ନ ପଡନ୍ତି ଏବଂ ଗୋଟିଏ ବି ଅଯୋଗ୍ୟ ନାମ ତାଲିକାରେ ନ ରୁହେ, ତାହା ସୁନିଶ୍ଚିତ କରିବା ଆମ ସମସ୍ତଙ୍କ ସାମ୍ବିଧାନିକ ଦାୟିତ୍ୱ”, ବୋଲି ଜିଲ୍ଲାପାଳ ବୈଠକରେ ଦୃଢ଼ ଭାବେ କହିଥିଲେ। ଏଥିପାଇଁ ସେ ସମସ୍ତ ରାଜନୈତିକ ଦଳକୁ ପ୍ରତ୍ୟେକ ପୋଲିଂ ବୁଥ୍ ପାଇଁ ତୁରନ୍ତ ଜଣେ ଲେଖାଏଁ ବୁଥ୍ ଲେବଲ୍ ଏଜେଣ୍ଟ ନିଯୁକ୍ତ କରି ତାଲିକା ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। (ବିଏଲ୍ଏ) ମାନେ ବୁଥ୍ ଲେବଲ୍ ଅଫିସର (ବିଏଲଓ )ଙ୍କ ସହ ମିଶି ଘରକୁ ଘର ବୁଲି ଭୋଟର ତାଲିକାର ଫିଲ୍ଡ ଭେରିଫିକେସନ୍ କରିବେ ଏବଂ ଦାବି-ଆପତ୍ତି ଦାଖଲରେ ସହଯୋଗ କରିବେ। ଜିଲ୍ଲାପାଳ ଆହୁରି କହିଥିଲେ ଯେ, ଦଳଗୁଡିକ ଗ୍ରାମାଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯୋଗ୍ୟ ବ୍ୟକ୍ତିଙ୍କୁ ଆବେଦନ କରିବାକୁ ଉତ୍ସାହିତ କରନ୍ତୁ। ନିର୍ଭୁଲ ତାଲିକା ହିଁ ସ୍ୱଚ୍ଛ ଓ ଅବାଧ ନିର୍ବାଚନର ଆଧାର।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ସହକାରୀ ଜିଲ୍ଲାପାଳ (ନିର୍ବାଚନ), ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ସମସ୍ତ ରାଜନୈତିକ ଦଳର ଜିଲ୍ଲା ସଭାପତି ଓ ପ୍ରତିନିଧିମାନେ ଉପସ୍ଥିତ ରହି ନିଜ ନିଜର ପରାମର୍ଶ ଦେଇଥିଲେ। ସମସ୍ତ ଦଳ ପ୍ରଶାସନକୁ ପୂର୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ସହକାରୀ-ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande