ଶେରଗଡ଼ ବ୍ଳକ ଅଧ୍ୟକ୍ଷଙ୍କୁ ଆକ୍ରମଣ ଘଟଣା : ଆଉ ଜଣେ ଅଭିଯୁକ୍ତ ଗିରଫ
ଗଞାମ, ୧୯ ମଇ (ହି.ସ.)- ଶେରଗଡ଼ ବ୍ଲକ ର ଚେୟାରମ୍ୟାନ କୃଷ୍ଣ ଚନ୍ଦ୍ର ନାୟକଙ୍କୁ ଗତ ମାର୍ଚ୍ଚ ମାସ ୧୦ ତାରିଖରେ ଶେରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ କେତେକ ବିଜେପି କର୍ମୀ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ଗତକାଲି ବିଳମ୍ବିତ ରାତିରେ ପୁଣି ଜଣେ ଅଭିଯୁକ୍ତକୁ କୁଅଲାରୀଗଡ ଅଙ୍ଗନବାଡି କ
ଶେରଗଡ଼ ବ୍ଳକ ଅଧ୍ୟକ୍ଷ ଙ୍କୁ ଆକ୍ରମଣ


ଗଞାମ, ୧୯ ମଇ (ହି.ସ.)- ଶେରଗଡ଼ ବ୍ଲକ ର ଚେୟାରମ୍ୟାନ କୃଷ୍ଣ ଚନ୍ଦ୍ର ନାୟକଙ୍କୁ ଗତ ମାର୍ଚ୍ଚ ମାସ ୧୦ ତାରିଖରେ ଶେରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ କେତେକ ବିଜେପି କର୍ମୀ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ଗତକାଲି ବିଳମ୍ବିତ ରାତିରେ ପୁଣି ଜଣେ ଅଭିଯୁକ୍ତକୁ କୁଅଲାରୀଗଡ ଅଙ୍ଗନବାଡି କେନ୍ଦ୍ର ନିକଟରୁ ଶେରଗଡ଼ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ଶେରଗଡ଼ ବିଜେପି ଯୁବ ମୋର୍ଚ୍ଚା ସଭାପତି ଜୟଦେବ ଜେନା। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ପୁଲିସ ଆଠ ଜଣଙ୍କୁ ଗିରଫ କରି କୋର୍ଟ ପଠାଇ ସାରିଛି। ଏହି ଆକ୍ରମଣ ଘଟଣା ପରେ ଗଞ୍ଜାମ ଜିଲ୍ଲା ତଥା ରାଜ୍ଯରେ ଚାଞ୍ଚଲ୍ଯ ତଥା ଉଦ୍ଵେଗ ପ୍ରକାଶ ପାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande