ବଲାଙ୍ଗିର ପୌରାଚଂଳ ରେ ଥିବା ବିଭିନ୍ନ ବନ୍ଧର ପଙ୍କ ଉଦ୍ଧାର ଏବଂ ଆନୁସାଙ୍ଗିକ କାର୍ଯ୍ୟ ସମନ୍ଧେ ସଚେତନ ନାଗରିକ ଙ୍କ ପ୍ରଶାସନ ଓ ପୌର ସଂସ୍ଥା ଅଧିକାରୀ ଙ୍କୁ ଦାବୀ ପତ୍ର ପ୍ରଦାନ
ବଲାଙ୍ଗିର, 19 ମେ (ହି.ସ.) ବଲାଙ୍ଗିର ସଚେତନ ନାଗରିକ ମାନଙ୍କ ଆଜି ପ୍ରତିନିଧି ମଣ୍ଡଳୀ ବଲାଙ୍ଗିର ପୌର ପରିଷଦ ନିର୍ବାହୀ ଅଧିକାରୀ, ନଗରପାଳ ଓ ଜିଲ୍ଲା ପ୍ରଶାସନ ର ଜିଲ୍ଲାପାଳ ଙ୍କୁ ଭେଟି ନଗର ରେ ଚାଲିଥିବା 10 ଗୋଟି ପୋଖରି ଓ ବନ୍ଧ ଗୁଡିକ ଉନ୍ନତି ସମ୍ପର୍କରେ ଦାବୀ ପତ୍ର ଦେଇଥିଲେ. ବଲାଙ୍ଗିର ପ
ବଲାଙ୍ଗିର ପୌରାଚଂଳ ରେ ଥିବା ବିଭିନ୍ନ ବନ୍ଧର ପଙ୍କ ଉଦ୍ଧାର ଏବଂ ଆନୁସାଙ୍ଗିକ କାର୍ଯ୍ୟ ସମନ୍ଧେ ସଚେତନ ନାଗରିକ ଙ୍କ ପ୍ରଶାସନ ଓ ପୌର ସଂସ୍ଥା ଅଧିକାରୀ ଙ୍କୁ ଦାବୀ ପତ୍ର ପ୍ରଦାନ


ବଲାଙ୍ଗିର, 19 ମେ (ହି.ସ.) ବଲାଙ୍ଗିର ସଚେତନ ନାଗରିକ ମାନଙ୍କ ଆଜି ପ୍ରତିନିଧି ମଣ୍ଡଳୀ ବଲାଙ୍ଗିର ପୌର ପରିଷଦ ନିର୍ବାହୀ ଅଧିକାରୀ, ନଗରପାଳ ଓ ଜିଲ୍ଲା ପ୍ରଶାସନ ର ଜିଲ୍ଲାପାଳ ଙ୍କୁ ଭେଟି ନଗର ରେ ଚାଲିଥିବା 10 ଗୋଟି ପୋଖରି ଓ ବନ୍ଧ ଗୁଡିକ ଉନ୍ନତି ସମ୍ପର୍କରେ ଦାବୀ ପତ୍ର ଦେଇଥିଲେ.

ବଲାଙ୍ଗିର ପୌରାଚଂଳ ରେ ଥିବା ବିଭିନ୍ନ ବନ୍ଧର ପଙ୍କ ଉଦ୍ଧାର ଏବଂ ଆନୁସାଙ୍ଗିକ କାର୍ଯ୍ୟ ସମନ୍ଧେ । ସେମାନେ ଉଲ୍ଲେଖ କରିଛନ୍ତି

ଜଳ ହିଁ ଜୀବନ । ବାୟୁ ବିନା ଯେପରି କୌଣସି ପ୍ରାଣୀ ବଂଚିପାରେ ନାହିଁ, ସେହିପରି ପାଣିବିନା ମଧ୍ଯ ବଂଚିବା ଅସମ୍ଭବ । ତେଣୁ ବନ୍ଧ ବା କଂଟା ମାନଙ୍କର ଜଳ ସଂରକ୍ଷଣ ପୂର୍ବକ ବ୍ୟବହାର ଯୁକ୍ତ କରିବାର ଆବଶ୍ୟକତା ରହିଛି ।

ଚଳିତ ବର୍ଷ ପୌରପରିଷଦ ପକ୍ଷରୁ ବନ୍ଧ ଗୁଡିକରୁ ପଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ଏବଂ କାମ ଚାଲିଛି । ଏହା ଏକ ସାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ କାମ ଯଦି ଠିକ୍ ଭାବରେ କରା ନ ଯାଏ ମୂଳ ଉଦ୍ଦେଶ୍ୟ ସାଧନ ହୋଇ ପାରିବ ନାହିଁ ବା ଲୋକ ମାନଙ୍କ ର ଉପକାରରେ ଲାଗି ପାରିବ ନାହିଁ ।ପୂର୍ବରୁ ଠିକ୍ ସମୟରେ କାମ କରାଯାଉ ନ ଥିବାରୁ ଟଙ୍କା ବାରମ୍ବାର ଫେରି ଯାଇଥିବାର ନଜିର ମଧ୍ୟ ଅଛି । ଏଣୁ ଅମ୍ଭେମାନେ ନିମ୍ନ ଲିଖୁତ ବିନ୍ଦୁ ଉପରେ ଗୁରୁତ୍ବ ଦେଇ କାମ କରିବାକୁ ଅନୁରୋଧ କରୁଛୁ ९. ବନ୍ଧ ଗୁଡିକର ଆଡି ତତ୍ ସଂଲଗ୍ନ ସରକାରୀ ଜମିରୁ ସଂପୁର୍ଣ୍ଣ ରୁପେ ଜବର ଦଖଲ ବା ଅତିକ୍ରମଣ ମୁକ୍ତ କରା ଯାଉ । ଏହା ସୌନ୍ଦଯୀ କରଣ ଏବଂ ବିକାଶରେ ସହାୟକ ହେବ।ପରିଚ୍ଛନ୍ନତା କାମରେ କୌଣସି ପ୍ରକାର ସାଲିସ କରା ନ ଯାଉ ।9. ବନ୍ଧ ଆଡି ଉପରେ ନିର୍ମିତ ଘର ବା ଶୌଚଳାୟ ଗୁଡିକର ମଇଳାପାଣି ବନ୍ଧ ଭିତରକୁ ଛାଡିବାକୁ ଦିଆ ନ ଯାଉ । ବନ୍ଧ ଜଳକୁ ପ୍ରଦୁଷଣ ମୁକ୍ତ ଓ ବ୍ୟବହାର ଯୁକ୍ତ କରିବା ର ଆବଶ୍ୟକତା ରହିଛି ।៣. ବନ୍ଧ ଗୁଡିକରେ ଗାଧୋଇବା ଘାଟ ଆବଶ୍ୟକ ଅନୁଯାୟୀ ନିର୍ମାଣ କରାଯାଉ ।४. ପ୍ରତ୍ୟେକ ବନ୍ଧ ଆଡିରେ ଅତିକମ୍ରେ ଗୋଟିଏ ତୂଳସୀ ଚଉରା ର ବ୍ୟବସ୍ଥା କରାଯାଉ । ଯଦି ସମ୍ଭବ ସୌନ୍ଦଯୀ କରଣ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରଯାଉ । ପୁଣ୍ୟ ମାସରେ ମହିଳାମାନେ ସ୍ନାନ ପୂର୍ବକ ପୂଜା କରି ପାରିବେ ।8. ବନ୍ଧରୁ ଉଦ୍ଧାର ପଙ୍କ ମାଟି ଦୂର ସ୍ଥାନରେ ପକାଯାଉ ଯେପରିଆଉଥରେ ବନ୍ଧକୁ ପ୍ରବେଶ କରି ପାରିବ ନାହିଁ । ବନ୍ଧ ଆଡି ଯଦି ଓସାର ଅଛି, ସେହି ଯାଗାରେ ପକାଇ ତା ଉପରେ ପରବର୍ତ ସମୟରେ ବୃକ୍ଷ ରୋପଣର ବ୍ୟବସ୍ଥା କରାଯାଇ ପାରିବ ।

9.ବନ୍ଧ ଗୁଡିକର ଭିତର ପାର୍ଶ୍ଵରେ ଥିବା ଅନାବନା ବୃକ୍ଷ, ଲତା ଇତ୍ୟାଦି ସଫା କରିବା ର ବ୍ୟବସ୍ଥା କରାଯାଉ । ବଲାଙ୍ଗିର ନାଗରିକ ଅନୁରୋଧ କରୁଛୁ ଯେ କୌଣସି ବ୍ୟକ୍ତି ବା ଗୋଷ୍ଠୀର ଚାପରେ ନ ପତି ବନ୍ଧ ଗୁଡିକ ର ପୁନଃ ଉଦ୍ଧାର କାର୍ଯ୍ୟକୁ ସଠିକ୍ ବା ଠିକ୍ ଢଙ୍ଗରେ କରାଇବାକୁ ଉଚିତ୍ ପଦକ୍ଷେପ ନିଅନ୍ତୁ ଓ କାର୍ଯ୍ୟ ତ୍ବରାନ୍ବିତ କରାନ୍ତୁ ଯଦ୍ୱାରା ମୌସୁମୀ ବର୍ଷା ଆସିବା ପୂର୍ବରୁ ଶେଷ ହୋଇ ପାରିବ । ବନ୍ଧଗୁଡିକର ଏବଂ ମହାରାଣୀ ସାଗରର ଜଳ ଧାରଣ କ୍ଷମତା ବୃଦ୍ଧି ପାଇଲେ ସର୍ବ ସାଧାରଣ ଜଳ କଷ୍ଟରୁ ମୁକ୍ତି ପାଇବେ । ପୌର ସଂସ୍ଥା ଓ ପ୍ରଶାସନ ଯଦି ଗୁଣାତ୍ମକ ମାନ ରକ୍ଷାକରି ପାରଦର୍ଶିତା ରେ ବନ୍ଧ ଗୁଡିକର କାମ କରାନ୍ତି ବଲାଙ୍ଗିର ବାସି ଆପଣଙ୍କୁ ପ୍ରଶଂସା କରିବେ ଓ ଆପଣଙ୍କଠାରେ ଋଣି ହୋଇ ରହିବେ । 6.-

ବଲାଙ୍ଗିର ସହରର କୌଣସି ଗୋଟିଏ ବା ଦୁଇଟି ବନ୍ଧକୁ ଆଦର୍ଶ ପୁଷ୍କରିଣୀରେ ରୁପାନ୍ତରିତ କରିବାର ଯୋଜନା ପ୍ରସ୍ତୁତ କରିବାକୁ ନାଗରିକ ବିଶେଷ ଅନୁରୋଧ କରିଛନ୍ତି । ପ୍ରତିନିଧି ମାନଙ୍କ ଭିତରେ ନାଗରିକ କମିଟି ପୂର୍ବତନ ସଭାପତି ଅଧିବକ୍ତା

ରାହାସ ବିହାରୀ ମାଝୀ , ଅଧିବକ୍ତା ତଥା ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ସମ୍ପାଦକ ଅଶୋକ କୁମାର ମିଶ୍ର, ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓଡିଶା ପଶ୍ଚିମ ପ୍ରାନ୍ତର ସଭାପତି ଇଞ୍ଜିନିୟର କିଶୋର ମୋହନ ମିଶ୍ର, ନବକୃଷ୍ଣ ସାହୁ ପ୍ରତିନିଧି ଥିଲା ବେଳେ ବିଭିନ୍ନ ବର୍ଗର ଅନ୍ୟ ମାନେ ସ୍ୱାକ୍ଷରିତ ଦାବୀ ପତ୍ର ଅତିରିକ୍ତ ଜିଲ୍ଲା ପାଳ ବି. ଏନ୍. ସେଠୀ ଙ୍କୁ ପ୍ରଦାନ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande