
କେନ୍ଦ୍ରାପଡ଼ା, ୧୯ ମଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଥାନାରେ ନୂତନ ଥାନା ଅଧିକାରୀ(ଆଇଆଇସି) ଭାବେ ସୌମ୍ୟରଞ୍ଜନ ବିଶ୍ୱାଳ ଯୋଗଦାନ କରିଛନ୍ତି। ସେ ପୂର୍ବରୁ ଜିଲ୍ଲାର ବିଭିନ୍ନ ଥାନାରେ ଦାୟିତ୍ୱ ସଫଳତାର ସହ ନିର୍ବାହ କରିଥିଲେ। ନୂତନ ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଆଇନ ଶୃଙ୍ଖଳା ରକ୍ଷା, ସାଧାରଣ ଲୋକଙ୍କ ସୁରକ୍ଷା ଓ ଥାନାକୁ ଆସୁଥିବା ଅଭିଯୋଗର ଶୀଘ୍ର ସମାଧାନକୁ ସେ ପ୍ରାଥମିକତା ଦେବେ। ଅଂଚଳରେ ଅପରାଧ ନିୟନ୍ତ୍ରଣ ସହ ଜନସାଧାରଣଙ୍କ ସହ ଭଲ ସମ୍ପର୍କ ରଖି କାମ କରିବାକୁ ସେ ପ୍ରତିବଦ୍ଧ ବୋଲି କହିଛନ୍ତି। ତାଙ୍କ ଯୋଗଦାନକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଂଚଳବାସୀଙ୍କ ମଧ୍ୟରେ ଆଶା ଓ ଉତ୍ସାହ ପ୍ରକାଶ ପାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି