ରାଜ୍ୟ ସନ୍ତରଣରେ ବଲାଙ୍ଗୀରଖେଳାଳିଙ୍କୁ ସିନିୟର ବର୍ଗରେ 1ସ୍ବର୍ଣ୍ଣ 3ରୋପ୍ୟ 4 ବ୍ରୋଞ୍ଚ ସହ 8 ପଦକ
ବଲାଙ୍ଗିର, 19 ମେ (ହି.ସ.) ବଲାଙ୍ଗୀର ଜ଼ିଲ୍ଲା ସନ୍ତରଣ ସଂଘ ପକ୍ଷରୁ 17ଜଣ ପ୍ରତିଯୋଗୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମସ୍ଥିତ ସନ୍ତରଣଗାରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସନ୍ତରଣରେ ଯୋଗଦେଇଥିଲେ l ସୌରଭ ପୁଟେଲ ଗୋଟିଏ ସ୍ବର୍ଣ୍ଣ ଗୋଟିଏ ରୋପ୍ୟ ଗୋଟିଏ ବ୍ରୋଞ୍ଚ, ସ୍ୱାଗତ ସେଠ ଗୋଟିଏ ରୋପ୍ୟ ଦୁଇଟି ବ୍ରୋଞ
ରାଜ୍ୟ ସନ୍ତରଣରେ ବଲାଙ୍ଗୀରଖେଳାଳିଙ୍କୁ ସିନିୟର ବର୍ଗରେ 1ସ୍ବର୍ଣ୍ଣ 3ରୋପ୍ୟ 4 ବ୍ରୋଞ୍ଚ ସହ 8 ପଦକ


ବଲାଙ୍ଗିର, 19 ମେ (ହି.ସ.)

ବଲାଙ୍ଗୀର ଜ଼ିଲ୍ଲା ସନ୍ତରଣ ସଂଘ ପକ୍ଷରୁ 17ଜଣ ପ୍ରତିଯୋଗୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମସ୍ଥିତ ସନ୍ତରଣଗାରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସନ୍ତରଣରେ ଯୋଗଦେଇଥିଲେ l ସୌରଭ ପୁଟେଲ ଗୋଟିଏ ସ୍ବର୍ଣ୍ଣ ଗୋଟିଏ ରୋପ୍ୟ ଗୋଟିଏ ବ୍ରୋଞ୍ଚ, ସ୍ୱାଗତ ସେଠ ଗୋଟିଏ ରୋପ୍ୟ ଦୁଇଟି ବ୍ରୋଞ୍ଚ, ଦୟାସାଗର କଠାର ଗୋଟିଏ ରୋପ୍ୟ ଏବଂ 400ମିଟର ରିଲେ ରେ ଗୋଟିଏ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି l ଜ଼ିଲ୍ଲା ପ୍ରଶାସନ ତରଫରୁ ବଲାଙ୍ଗୀର ଉପ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଆଲୋକ କୁମାର ପଟେଲ, ଜ଼ିଲ୍ଲା କ୍ରୀଡ଼ା ଅଧିକାରୀ ହରିଓମ ଶମ୍ଭୁନାରାୟଣ ଦାସ, ସ୍ପୋର୍ଟ୍ସ ହଷ୍ଟେଲ ଇନଚାର୍ଜ ପରାସର ବାଗ, ଜ଼ିଲ୍ଲା ସନ୍ତରଣ ସଂଘ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ, କୋଚ ନରେଶ କୁମାର ପ୍ରଧାନ, ସୁରେଶ କୁମାର ପ୍ରଧାନ, ସୀମା ରାଉତ, ଶୈଳେନ୍ଦ୍ରି ବଗର୍ତ୍ତୀ, ତରୁଣ ସେଠ, ପୂର୍ଣ୍ଣ ବିଶି,ପ୍ରମୁଖ କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande