

ଜୟପୁର, ୧୯ ମଇ (ହି.ସ.)-
ଜୟପୁର ସେୱା ୟୁନିଟ୍ ପେପର ମିଲ୍ ପୁନଃକାର୍ଯ୍ୟକ୍ଷମ ଦାବିରେ ଆଜି କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପେପର ମିଲ୍ ର ସମସ୍ତ କର୍ମଚାରୀ ସଂଘ, ଶ୍ରମିକ ଓ ସାଧାରଣ ଜନତାଙ୍କ ସହ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ ଓ ଗଣଧାରଣା ଦିଆଯାଇଛି ।
ବର୍ଷ ପରେ ବର୍ଷ ଧରି ସରକାର କେବଳ ପ୍ରତିଶ୍ରୁତି ଦେଇ ଆସୁଛନ୍ତି, କିନ୍ତୁ ପେପର ମିଲ୍ ପୁନଃଚାଲୁ କରିବା ଦିଗରେ କୌଣସି ଠୋସ ପଦକ୍ଷେପ ନେଉନାହାନ୍ତି। ଏହି ମିଲ୍ କେବଳ ଏକ କାରଖାନା ନୁହେଁ, ଏହା କୋରାପୁଟ ଜିଲ୍ଲାର ହଜାର ହଜାର ପରିବାରର ଜୀବିକା ଓ ଭାବନା ସହ ଜଡିତ l ଜୟପୁର ପେପର ମିଲ ଅଚଳ ହୋଇପଡିଛି । ଏଠାରେ ନିର୍ଭର କରୁଥିବା ୧୦ ହଜାର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବାରମ୍ବାର ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି । ରାଜ୍ୟ ସରକାର ପ୍ରତିଶୃତି ଦେଉଛନ୍ତି କିନ୍ତୁ ସୁଫଳ ମିଳୁ ନାହିଁ । ଏହାର ପ୍ରତିବାଦରେ ଆଜି କୋରାପୁଟ ଜିଲାପାଳଙ୍କ କାଯ୍ୟାଳୟରେ ଧାରଣା, ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମାସେ କି ଦେଢ ମାସ ଭିତରେ ପେପର ମିଲ ଚାଲିବାକୁ ଦାବି କରାଯିବ । ନଚେତ ଭୁବନେଶ୍ୱରରେ ଅନିର୍ଦ୍ଦିଷ୍ଟ କାଳ ଯାଏ ଧାରଣା ଦିଆଯାଇଥିବା ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ସୂଚନା ଦେଇଛନ୍ତି । ସରକାର, ପ୍ରଶାସନ, ମିଲ କତ୍ତୃପକ୍ଷଙ୍କ ସହ ଆଲୋଚନା ହେଉଛି ସହମତି ହେଉଛି କିନ୍ତୁ ମିଲ ଖୋଲୁ ନାହିଁ ବୋଲି ବିଧାୟକ ଅଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଗତ ୮ ତାରିଖରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ବାସଗୃହରେ ଏକ ଗୁରୁ୍ତ୍ୱ ବୈଠକ ଅନୁଷ୍ଠିତ ହୋଇଥିଲା । ବିଧାୟକ ବାହୀନିପତିଙ୍କ ଆହ୍ୱାନରେ ଅନୁଷ୍ଠିତ ଏହି ବୈଠକରେ ପେପର ମିଲ ର ୩, ୪ ୟୁନିଅନ ସହ ଠିକାଦାର ୟୁନିଅନ ଉପସ୍ଥିତ ରହି ଜିଲାପାଳଙ୍କ କାଯ୍ୟାଳୟ ଘେରାଉ କରାଯିବାକୁ ନିଷ୍ପତ୍ତି ହୋଇଛି । ପେପର ମିଲ ସମସ୍ୟା ନେଇ ଗତ ସରକାରରେ ବାରମ୍ବାର ପୂର୍ଵତନ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ଦାବି କରାଯାଇଥିଲା । ସେହି ସରକାର ମଧ୍ୟ ପ୍ରତିଶୃତି ଦେଇଥିଲେ ହେଲେ ତାହା ପୁରୁଣ ହୋଇ ପାରିଲା ନାହିଁଁ । ବର୍ତମାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଦାବି କରାଯାଇଥିଲା । ସଭାସମିତିରେ ମଧ୍ୟ ପେପର ମିଲ ଚାଲୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତଶୃତିି ଦେଇଥିଲେ । ପେପର ମିଲ ର ଏକ ଟିମ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇ ଦାବିପତ୍ର ପ୍ରଦାନ କରାଯାଇଥିଲା । ସଚିବ ସ୍ତରିୟ ସହ ମିଲ କତ୍ତୃପକ୍ଷଙ୍କ ଉଚ୍ଚ ସ୍ତରିୟ ବୈଠକ ଗତ ସରକାର ସମୟରେ ୫ ଓ ବର୍ତମାନ ସରକାରରେ ମଧ୍ୟ ବୈଠକ ହୋଇଛି । ଗତ ୧୧ା୩ ତାରିଖରେ ବିଧାନସଭାର ଶୁନ୍ୟକାଳ ଆଲୋଚନାରେ ସେବା ପେପର ମିଲ ପୁନରୁଦ୍ଧାର ପ୍ରସଙ୍ଗ ଉଠାଇଥିଲେ । କିନ୍ତୁ ସୁଫଳ ମିଳୁ ନାହିଁ । ପେପର ମିଲ ଉପରେ ନର୍ଭର କରୁଥିବା ୧୦ ହଜାର ଲୋକେ ବହୁତ ହଇରାଣ ହେଉଛନ୍ତି । ସାଧାରମ ଜୀବନ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ମିଲରୁ ପ୍ରତ୍ୟେକ ଦିନ ଚୋରି ହୋଇଛି । ମିଲ ଆଉ ଚାଲି ପାରିବ ନାହିଁ । ମାସ ଦେଢ ମାସ ଭିତରେ ପେପର ମିଲ ନଚାଲିଲେ ଭୁବନେଶ୍ୱରେ ବି ଅନିର୍ଦ୍ଦିଷ୍ଟ କାଳ ଯାଏ ଧାରଣା ଦିଆଯିବ ବୋଲି ବିଧାୟକ ବାହିନିପତି ଚେତାବନି ଦେଇଛନ୍ତି ।
ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବ, ଶିଳ୍ପ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କିଛି ସୁଫଳ ମିଳୁ ନଥିବା ବିଧାୟକ ବାହିନିପତି ଉଦବେଗ ପ୍ରକାଶ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି