ସ୍ୱାସ୍ଥ୍ୟସେବା ସୁଧାରିବାକୁ ସାଂସଦଙ୍କ ମାସିକିଆ କଣ୍ଟ,ରୋଗୀ କଲ୍ୟାଣ ସମିତି ବୈଠକରୁ କକ୍ଷତ୍ୟାଗ କଲେ ସାଂସଦ ଓ ବିଧାୟକ
ଖୋର୍ଦ୍ଧା,, 19 ମେ (ହି.ସ.)- ଉତ୍ତମ ସ୍ୱାସ୍ଥ୍ୟସେବା ସୁଶାସନ ର ମେରୁଦଣ୍ଡ। ସ୍ୱାସ୍ଥ୍ୟସେବା କୁ ନେଇ କୌଣସି ପ୍ରକାର ଟାଳଟୁଳ ନୀତି ଗ୍ରହଣୀୟ ନୁହେଁ। ସେବାରେ ତ୍ରୁଟି ହେଲେ ନିଆଯିବ ଦୃଢ କାର୍ଯ୍ୟନୁଷ୍ଠାନ। ଏହିଭଳି କିଛି କଡ଼ା ଆଭିମୁଖ୍ୟ ଦେଖାଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକି
Swasthya


ଖୋର୍ଦ୍ଧା,, 19 ମେ (ହି.ସ.)- ଉତ୍ତମ ସ୍ୱାସ୍ଥ୍ୟସେବା ସୁଶାସନ ର ମେରୁଦଣ୍ଡ। ସ୍ୱାସ୍ଥ୍ୟସେବା କୁ ନେଇ କୌଣସି ପ୍ରକାର ଟାଳଟୁଳ ନୀତି ଗ୍ରହଣୀୟ ନୁହେଁ। ସେବାରେ ତ୍ରୁଟି ହେଲେ ନିଆଯିବ ଦୃଢ କାର୍ଯ୍ୟନୁଷ୍ଠାନ। ଏହିଭଳି କିଛି କଡ଼ା ଆଭିମୁଖ୍ୟ ଦେଖାଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ।ଏପରିକି ମଙ୍ଗଳବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେ ଚାଲିଥିବା ରୋଗୀ କଲ୍ୟାଣ ସମିତିର ବୈଠକରେ ଆସନ୍ତା ମାସ ସୁଦ୍ଧା ସ୍ଥିତି ସୁଧାରିବାକୁ କଡ଼ା ଚେତାବନୀ ଦେଇ କ୍ଷୋଭର ସହ କକ୍ଷତ୍ୟାଗ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ।

ଧାର୍ଯ୍ୟ ତାରିଖ ମୁତାବକ ମଙ୍ଗଳବାର ଦିନ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତି ର ବୈଠକ ସ୍ଥିରୀକୃତ ହୋଇଥିଲା। ଯେଉଁଥିରେ ଗଭର୍ନିଂ ବଡି ଭାବେ ଯୋଗଦେଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ,ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ,ବ୍ଲକ ଚେୟାରମେନ ଓ ଅନ୍ୟାନ୍ୟ ଅଧିକାରୀ।ମାତ୍ର ବୈଠକ ଆରମ୍ଭରୁ ହିଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ସଞ୍ଜୟ ରାୟ ଓ ତାଙ୍କ ସହଯୋଗୀ ମାନଙ୍କ କାର୍ଯ୍ୟଦକ୍ଷତା ଅତ୍ୟନ୍ତ ନିରାଶାଜନକ ଥିଲା। ପ୍ରସ୍ତୁତିର ଅଭାବ, ବିଷୟବସ୍ତୁ ପ୍ରତି ଅବଜ୍ଞାନ ଏବଂ ପ୍ରଶାସନିକ ଦୁର୍ବଳତା ସ୍ପଷ୍ଟ ଭାବେ ଜଣା ପଡ଼ିଲା। ଗତ ୨୦ମାସ ପୂର୍ବେ ସାଂସଦ ଙ୍କ ଦ୍ଵାରା କରାଯାଇଥିବା ସମୀକ୍ଷା ବୈଠକରେ ପରିଲକ୍ଷିତ ହୋଇଥିବା ତ୍ରୁଟି ସୁଧୁରିବା ପରିବର୍ତ୍ତେ ପୂର୍ବଭଳି ଥିବା ଜାଣିବା ପରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିଲେ ସାଂସଦ ଓ ବିଧାୟକ। ମାତୃ ଶିଶୁ ବିଭାଗ ହେଉ ଅଥବା ଅନ୍ୟାନ୍ୟ ବିଭାଗ, ସବୁଥିରେ ପରିଲକ୍ଷିତ ହୋଇଥିଲା ସେବାରେ ଅବହେଳା ଓ ତ୍ରୁଟି ।ସ୍ୱାସ୍ଥ୍ୟସେବା ପ୍ରଶାସନ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର। ଏଠାରେ ଅନାଗ୍ରହ ଓ ଅବହେଳା ଚରମ ସୀମାରେ ପହଞ୍ଚିଛି। ଯାହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିବା ସହିତ ବୈଠକକୁ ମଧ୍ୟପଥରେ ସମାପ୍ତ କରି କକ୍ଷତ୍ୟାଗ କରିଥିଲେ ଭୁବନେଶ୍ୱର ସାଂସଦ ଓ ବିଧାୟକ।ଏଥିସହିତ ଅଧିକାରୀମାନଙ୍କୁ କିଛି ଦାୟିତ୍ୱ ଓ କାର୍ଯ୍ୟ ଦେଇ ଆସନ୍ତା ୩୦ ଜୁନ୍ ୨୦୨୬ ତାରିଖରେ ପୁନର୍ବାର ବୈଠକ କରାଯିବାକୁ ନିଷ୍ପତ୍ତି ନେଇଥିଲେ ବୈଠକ ର ଅଧ୍ୟକ୍ଷା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।ଆସନ୍ତା ମାସ ସୁଦ୍ଧା ଖୋର୍ଦ୍ଧାର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ସଞ୍ଜୟ ରାୟ ଏବଂ ତାଙ୍କ ସହଯୋଗୀମାନେ ନିଜ କାର୍ଯ୍ୟଦକ୍ଷତାରେ ନିଶ୍ଚୟ ସୁଧାର ଆଣିବେ ବୋଲି ଆଶାବ୍ୟକ୍ତ କରି ଶିକ୍ଷା ଓ ସ୍ୱାସ୍ଥ୍ୟରେ କୌଣସି ପ୍ରକାର ରାଜନୀତି କୁ ପ୍ରଶୟ ଦିଆଯିବ ନାହିଁ ବୋଲି କହିଛନ୍ତି ସାଂସଦ।

ଏହି ବୈଠକରେ ଭୁବନେଶ୍ୱର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ,ଖୋର୍ଦ୍ଧା ମ୍ୟୁନିସିପାଲିିଟି ଚେୟାରମେନ, ପି.ଡି, ସିଡିଏମଓ, ଙ୍କ ସମେତ ରୋଗୀ କଲ୍ୟାଣ ସମିତିର ସଦସ୍ୟ ,ଦିପୁ ହୋତା,ସଦସ୍ୟା ସୁମିତ୍ରା ପ୍ରଧାନ,କୁନି ଲତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande