ଭାରତ ପାଇଁ ଆପାଚି ହେଲିକପ୍ଟର ସହାୟତା ଚୁକ୍ତିକୁ ଅନୁମୋଦନ କଲା ଆମେରିକା
ନୂଆଦିଲ୍ଲୀ, ମେ ୧୯ (ହି.ସ.) - ଆମେରିକା ବୈଦେଶିକ ବିଭାଗ ଭାରତକୁ ଆପାଚି ହେଲିକପ୍ଟର, ସହାୟକ ସେବା ଏବଂ ଆନୁସଙ୍ଗିକ ଉପକରଣର ସମ୍ଭାବ୍ୟ ବିଦେଶୀ ସାମରିକ ବିକ୍ରୟ (ଏଫ୍. ଏମ୍. ଏସ୍.) କୁ ଅନୁମୋଦନ କରିଛି। ଏହାର ମୂଲ୍ୟ ୧୯୮.୨ ନିୟୁତ ଆମେରିକୀୟ ଡଲାର ହେବ ବୋଲି ଆକଳନ କରାଯାଇଛି। ଆମେରିକାର ବୈଦେଶିକ
ଭାରତ ପାଇଁ ଆପାଚି ହେଲିକପ୍ଟର ସହାୟତା ଚୁକ୍ତିକୁ ଅନୁମୋଦନ କଲା ଆମେରିକା


ନୂଆଦିଲ୍ଲୀ, ମେ ୧୯ (ହି.ସ.) - ଆମେରିକା ବୈଦେଶିକ ବିଭାଗ ଭାରତକୁ ଆପାଚି ହେଲିକପ୍ଟର, ସହାୟକ ସେବା ଏବଂ ଆନୁସଙ୍ଗିକ ଉପକରଣର ସମ୍ଭାବ୍ୟ ବିଦେଶୀ ସାମରିକ ବିକ୍ରୟ (ଏଫ୍. ଏମ୍. ଏସ୍.) କୁ ଅନୁମୋଦନ କରିଛି। ଏହାର ମୂଲ୍ୟ ୧୯୮.୨ ନିୟୁତ ଆମେରିକୀୟ ଡଲାର ହେବ ବୋଲି ଆକଳନ କରାଯାଇଛି।

ଆମେରିକାର ବୈଦେଶିକ ବିଭାଗର ରାଜନୈତିକ-ସାମରିକ ବ୍ୟାପାର ବ୍ୟୁରୋର ବିଜ୍ଞପ୍ତି ଅନୁଯାୟୀ, ଭାରତ ସରକାର ଆମେରିକା ସରକାରଙ୍କ ଏଏଚ୍-୬୪ଇ ଆପାଚି ହେଲିକପ୍ଟର, ଇଞ୍ଜିନିୟରିଂ, ବୈଷୟିକ ଏବଂ ଲଜିଷ୍ଟିକ ସହାୟତା ସେବା ଏବଂ ଠିକାଦାର, ବୈଷୟିକ ତଥ୍ୟ ଏବଂ ପ୍ରକାଶନ, କର୍ମଚାରୀ ତାଲିମ ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ଲଜିଷ୍ଟିକ ଏବଂ ପ୍ରୋଗ୍ରାମ ସହାୟତା ସେବା ପାଇଁ ରକ୍ଷଣାବେକ୍ଷଣ ଏବଂ ପରିଚାଳନା ସହାୟତା ସେବା କ୍ରୟ କରିବାକୁ ଅନୁରୋଧ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande