ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ଅଦମ୍ୟ ଟିମ୍ କୁ ଶୁଭେଚ୍ଛା ଜଣାଇଲେ ନବୀନ
ଭୁବନେଶ୍ୱର,୧୯ ମଇ (ହି.ସ.) - ଗଞ୍ଜାମ ହିଞ୍ଜିଳିକାଟୁରେ ନିର୍ମିତ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ''ଅଦମ୍ୟ'' ଔରଙ୍ଗାବାଦରେ ଆୟୋଜିତ ''ରିଲ୍ସ-ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ -୨୦୨୬''ର ୩ଟି ବର୍ଗରେ ପୁରସ୍କୃତ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏଥିପାଇଁ ସି
np


ଭୁବନେଶ୍ୱର,୧୯ ମଇ (ହି.ସ.) - ଗଞ୍ଜାମ ହିଞ୍ଜିଳିକାଟୁରେ ନିର୍ମିତ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର 'ଅଦମ୍ୟ' ଔରଙ୍ଗାବାଦରେ ଆୟୋଜିତ 'ରିଲ୍ସ-ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ -୨୦୨୬'ର ୩ଟି ବର୍ଗରେ ପୁରସ୍କୃତ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏଥିପାଇଁ ସିନେମାର ନିର୍ମାତା, ଅଭିନେତା ତଥା ଜଡ଼ିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ନବୀନ ଆଗାମୀ ଦିନରେ ସମସ୍ତଙ୍କ ସଫଳତା କାମନା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande