ବେଆଇନ ପାଥୋ କ୍ଲିନିକ୍ ଉପରେ ଚଢ଼ଉ, ୪ ବେଆଇନ ପାଥୋଲୋଜି କ୍ଲିନିକ ସିଲ୍
ବଲାଙ୍ଗିର, ୨୦ ମଇ (ହି.ସ.)- ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅଞ୍ଚଳରେ ଚାଲିଥିବା ବେଆଇନ କ୍ଲିନିକ ଓ ପାଥୋଲୋଜି ଲ୍ୟାବ୍ ଗୁଡ଼ିକ ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ଉ କରାଯାଇଛି। ବିନା କୌଣସି ବୈଧ ଲାଇସେନ୍ସ କିମ୍ବା ନିୟମାବଳୀକୁ ପାଳନ ନକରି ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥି
ବେଲପଡା ବ୍ଲକ ଅଂଚଳ  ବେଆଇନ ପାଥୋ କ୍ଲିନିକ୍ ଉପରେ ଚଢ଼ାଉ, ୪ ଦୋକାନ ସିଲ୍


ବେଲପଡା ବ୍ଲକ ଅଂଚଳ  ବେଆଇନ ପାଥୋ କ୍ଲିନିକ୍ ଉପରେ ଚଢ଼ାଉ, ୪ ଦୋକାନ ସିଲ୍


ବେଲପଡା ବ୍ଲକ ଅଂଚଳ  ବେଆଇନ ପାଥୋ କ୍ଲିନିକ୍ ଉପରେ ଚଢ଼ାଉ, ୪ ଦୋକାନ ସିଲ୍


ବେଲପଡା ବ୍ଲକ ଅଂଚଳ  ବେଆଇନ ପାଥୋ କ୍ଲିନିକ୍ ଉପରେ ଚଢ଼ାଉ, ୪ ଦୋକାନ ସିଲ୍


ବଲାଙ୍ଗିର, ୨୦ ମଇ (ହି.ସ.)- ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅଞ୍ଚଳରେ ଚାଲିଥିବା ବେଆଇନ କ୍ଲିନିକ ଓ ପାଥୋଲୋଜି ଲ୍ୟାବ୍ ଗୁଡ଼ିକ ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ଉ କରାଯାଇଛି। ବିନା କୌଣସି ବୈଧ ଲାଇସେନ୍ସ କିମ୍ବା ନିୟମାବଳୀକୁ ପାଳନ ନକରି ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ୪ଟି ବେଆଇନ ପାଥୋଲୋଜି କ୍ଲିନିକକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି।

ସୂଚନା ଅନୁଯାୟୀ, ବେଲପଡା ବଜାର ଏବଂ ଏହାର ଆଖପାଖ ଅଞ୍ଚଳରେ ଦୀର୍ଘ ଦିନ ହେବ କିଛି ଅଣସ୍ୱୀକୃତି ପ୍ରାପ୍ତ ପାଥୋଲୋଜି ଲ୍ୟାବ୍ ଚାଲୁଥିବା ନେଇ ସ୍ୱାସ୍ଥ୍ୟ ବିଭାଗକୁ ବାରମ୍ବାର ଅଭିଯୋଗ ମିଳୁଥିଲା। ଏହାକୁ ଆଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଆଜି ହଠାତ୍ ଚଢ଼ଉ କରାଯାଇଥିଲା।

ଚଢ଼ଉ ସମୟରେ ଉକ୍ତ କ୍ଲିନିକ୍ ଗୁଡ଼ିକରେ କୌଣସି ବୈଧ କାଗଜପତ୍ର କିମ୍ବା ଯୋଗ୍ୟତାସମ୍ପନ୍ନ ଟେକ୍ନିସିଆନ୍ ନଥିବା ଦେଖିବାକୁ ମିଳିଥିଲା। ଏହାସହ ନିମ୍ନମାନର ପରୀକ୍ଷା ଯନ୍ତ୍ରପାତି ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ରକ୍ତ ଓ ଅନ୍ୟାନ୍ୟ ପରୀକ୍ଷା କରାଯାଉଥିବା ପ୍ରମାଣ ମିଳିଥିଲା। ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪ଟି ଯାକ କ୍ଲିନିକକୁ ସିଲ୍ କରିବା ସହ ସେମାନଙ୍କର ସମସ୍ତ ସାମଗ୍ରୀ ଜବତ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande