ଏବିଭିପି କୋରାପୁଟ ଜିଲ୍ଲା ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୧୫ ହଜାର ସଦସ୍ୟତା କରିବା ପାଇଁ ଲକ୍ଷ୍ୟ
Bhubaneswar, 20 ମେ (ହି.ସ.) ଜୟପୁର ଅଖଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଷ୍ଟ୍ର ପ୍ରଥମ ଭାବନା ରଖ୍ ଏବଂ ଛାତ୍ରଶକ୍ତି ରାଷ୍ଟ୍ରଶକ୍ତି ନାରାରେ ବିଶ୍ବାସ କରି କାର୍ଯ୍ୟ କରୁଥିବା ବିଶ୍ବର ସବୁଠାରୁ ବଡ଼ ଛାତ୍ର ସଂଗଠନ । ଏବିଭିପି ୧୯୪୯ ମସିହା ଜୁଲାଇ ୯ ତାରିଖ ରୁ ଆରମ୍ଭ ହୋଇ ଆଜି ଯାଏଁ ଅନବରତ ରାଷ
ଏବିଭିପି କୋରାପୁଟ ଜିଲ୍ଲା ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୧୫ ହଜାର ସଦସ୍ୟତା କରିବା ପାଇଁ ଲକ୍ଷ୍ୟ


Bhubaneswar, 20 ମେ (ହି.ସ.)

ଜୟପୁର

ଅଖଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଷ୍ଟ୍ର ପ୍ରଥମ ଭାବନା ରଖ୍ ଏବଂ ଛାତ୍ରଶକ୍ତି ରାଷ୍ଟ୍ରଶକ୍ତି ନାରାରେ ବିଶ୍ବାସ କରି କାର୍ଯ୍ୟ କରୁଥିବା ବିଶ୍ବର ସବୁଠାରୁ ବଡ଼ ଛାତ୍ର ସଂଗଠନ । ଏବିଭିପି ୧୯୪୯ ମସିହା ଜୁଲାଇ ୯ ତାରିଖ ରୁ ଆରମ୍ଭ ହୋଇ ଆଜି ଯାଏଁ ଅନବରତ ରାଷ୍ଟ୍ର ହିତରେ ଏବଂ ଛାତ୍ର ମାନଙ୍କ ହିତରେ କାମ କରୁଅଛି । ଏବିଭିପିର ପ୍ରତିବର୍ଷ ସଦସ୍ୟତା ଅଭିଯାନ ହୋଇଥାଏ ଏବଂ ତାର ସଦସ୍ୟତା ରୁ ହିଁ କହିଥାଏ ବିଶ୍ବର ସବୁଠୁ ବଡ ଛାତ୍ର ସଂଗଠନ । ପ୍ରତି ବର୍ଷ ଭଳି ଏହି ଶିକ୍ଷା ବର୍ଷରେ ମଧ୍ୟ ସଦସ୍ୟତା ଅଭିଯାନ୍ ଜୁନ ମାସରୁ ଆରମ୍ଭ ହୋଇଯିବ । ଏପ୍ରିଲ ମାସରେ ୨୫-୨୬ ତାରିଖରେ କୋରାପୁଟ ଠାରେ ହେଇଥିବା ପ୍ରାନ୍ତ ଓ ସମୀକ୍ଷା ଯୋଜନା ବୈଠକରେ ୨୦୨୬-୨୭ ଶିକ୍ଷା ବର୍ଷରେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ରେ ତଥା ଓଡ଼ିଶା ପଶ୍ଚିମର ୧୪ ଟି ସାଂଗଠନିକ ଜିଲ୍ଲାରେ ୧ ଲକ୍ଷ ଓ କୋରାପୁଟ ଜିଲ୍ଲାରେ ରେ ୧୫ ହଜାର ସଦସ୍ୟତା କରିବାର ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।ଏହି ଶିକ୍ଷା ବର୍ଷରେ ଏବିଭିପି ସଂପୂଣ୍ଣ ଭାବରେ ଛାତ୍ର ସଂସଦ ନିର୍ବାଚନ ଲଢିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି,

କୋରାପୁଟ ଜିଲ୍ଲାରେ -15ଟି ମହାବିଦ୍ୟାଳୟ ଓ ବିକ୍ରମ୍ ଦେବ ବିଶ୍ବବିଦ୍ୟାଳୟ ଶାଖା, ଓଡ଼ିଶା କେନ୍ଦ୍ରିୟ ବିଶ୍ବବିଦ୍ୟାଳୟ ଶାଖା ଏବଂ ପ୍ରତି ବ୍ଲକ ମୁଖ୍ୟାଳୟରେ ତଥା କୋରାପୁଟ ଜିଲ୍ଲା ରେ ୪ . ଟି ନଗର ଶାଖା ଏବଂ ଟି କ୍ୟାମ୍ପସ ଶାଖା ଘୋଷଣା କରିବାର ମଧ୍ୟ ଲକ୍ଷ୍ୟ ରଖିଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande