+୨ (କଳା, ବିଜ୍ଞାନ ଓ ବାଣିଜ୍ୟ) ବାର୍ଷିକ ୨୦୨୬ ପରୀକ୍ଷାରେ ତୁଳସୀ ମହିଳା ମହାବିଦ୍ୟାଳୟ ଛାତ୍ରୀଙ୍କ କୃତିତ୍ୱ
କେନ୍ଦ୍ରାପଡ଼ା, ୨୦ ମଇ(ହି.ସ.) – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨(କଳା, ବିଜ୍ଞାନ ଓ ବାଣିଜ୍ୟ)୨୦୨୬ ପରୀକ୍ଷାରେ ତୁଳସୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। +୨ କଳାରେ ୨୪୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ। ତନ୍ମଧ୍ୟରୁ ପ୍ରଥମ ଶ୍ରେଣୀରେ ୬୮,
+୨ (କଳା, ବିଜ୍ଞାନ ଓ ବାଣିଜ୍ୟ) ବାର୍ଷିକ ୨୦୨୬ ପରୀକ୍ଷାରେ ତୁଳସୀ ମହିଳା ମହାବିଦ୍ୟାଳୟ ଛାତ୍ରୀଙ୍କ କୃତିତ୍ୱ


କେନ୍ଦ୍ରାପଡ଼ା, ୨୦ ମଇ(ହି.ସ.) – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨(କଳା, ବିଜ୍ଞାନ ଓ ବାଣିଜ୍ୟ)୨୦୨୬ ପରୀକ୍ଷାରେ ତୁଳସୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। +୨ କଳାରେ ୨୪୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ। ତନ୍ମଧ୍ୟରୁ ପ୍ରଥମ ଶ୍ରେଣୀରେ ୬୮, ଦ୍ୱିତୀୟ ଶ୍ରେଣୀରେ ୫୭ ଓ ତୃତୀୟ ଶ୍ରେଣୀରେ ୯୧ ଜଣ ଉତୀର୍ଣ୍ଣ ହୋଇଛନ୍ତି। +୨ ବିଜ୍ଞାନରେ ୬୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୨ ଜଣ ପ୍ରଥମ, ୦୭ ଜଣ ଦ୍ୱିତୀୟ ଓ ୨୦ ଜଣ ତୃତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି। +୨ ବାଣିଜ୍ୟରେ ପାସ୍ ହାର ଶତ ପ୍ରତିଶତ ରହିଛି। +୨ କଳାରେ ସୁଶ୍ରୀ ଦମୟନ୍ତୀ ଜେନା ୯୦.୦୫%(ଇ୧), ବିଜ୍ଞାନରେ ସୁଶ୍ରୀ ଜ୍ୟୋତିର୍ମୟୀ ମହାପାତ୍ର ୮୪.୩୩% ଏବଂ ବାଣିଜ୍ୟରେ ସୁଶ୍ରୀ ପ୍ରତିକ୍ଷା ବରାଳ ୬୭.୮୩% ରଖି କେବଳ ତୁଳସୀ ମହିଳା ମହାବିଦ୍ୟାଳୟ ନୁହେଁ ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ପାସ୍ ହାର ବୃଦ୍ଧି ପାଇ ଅର୍ଥାତ୍ ଗତବର୍ଷ ୯୨.୦୪% ଥିବାବେଳେ ଚଳିତ ବର୍ଷ ୯୩% ପାସ୍ ହାର ରହିଛି। ତେଣୁ ସମସ୍ତ କୃତି ଛାତ୍ରୀମାନଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ବାସନ୍ତୀ ଶୁକ୍ଳା, ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନେ ଅଭିନନ୍ଦନ ଜଣାଇଛନ୍ତି। ଏହାସହିତ ଆଗାମୀ ବର୍ଷମାନଙ୍କରେ ଛାତ୍ରୀମାନେ କିପରି ଅଧିକରୁ ଅଧିକ କୃତିତ୍ୱ ହାସଲ କରି ମହାବିଦ୍ୟାଳୟକୁ ଗୌରବାନ୍ୱିତ କରିବା ସହିତ ନିଜକୁ ଆତ୍ମ ନିର୍ଭରଶୀଳ କରି ସମାଜରେ ପତିଷ୍ଠା ଅର୍ଜନ କରିବେ ସେଥିପାଇଁ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ଅଧିକ ଯତ୍ନଶୀଳ ହେବାପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ଶୁକ୍ଳା ପରାମର୍ଶ ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande