କେନ୍ଦ୍ର ସରକାରଙ୍କ ନିୟମକୁ ବିରୋଧ କରି ଜିଲ୍ଲାର ସମସ୍ତ ଔଷଧ ଦୋକାନ ବନ୍ଦ
କେନ୍ଦ୍ରାପଡ଼ା, ୨୦ ମଇ(ହି.ସ.) – ଜାତୀୟ କେମିଷ୍ଟ ଓ ଡ୍ରଗିଷ୍ଟ ସଂଘର ଆହ୍ୱାନ କ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ସଂଘ ପକ୍ଷରୁ କେନ୍ଦ୍ର ସରକାରଙ୍କର ନୂତନ ନିୟମକୁ ବିରୋଧ କରି ଜିଲ୍ଲାର ସମସ୍ତ ଔଷଧ ଦୋକାନଗୁଡ଼ିକ ବନ୍ଦ ରହିଛି। ଏ ନେଇ ସଂଘ ପକ୍ଷରୁ ପୂର୍ବରୁ ନିଷ୍ପତି ନିଆଯାଇ କେନ୍ଦ୍ର
କେନ୍ଦ୍ର ସରକାରଙ୍କ ନିୟମକୁ ବିରୋଧ କରି ଜିଲ୍ଲାର ସମସ୍ତ େଓ÷୍ୟଷଧ ଦୋକାନ ବନ୍ଦ ।


କେନ୍ଦ୍ରାପଡ଼ା, ୨୦ ମଇ(ହି.ସ.) – ଜାତୀୟ କେମିଷ୍ଟ ଓ ଡ୍ରଗିଷ୍ଟ ସଂଘର ଆହ୍ୱାନ କ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ସଂଘ ପକ୍ଷରୁ କେନ୍ଦ୍ର ସରକାରଙ୍କର ନୂତନ ନିୟମକୁ ବିରୋଧ କରି ଜିଲ୍ଲାର ସମସ୍ତ ଔଷଧ ଦୋକାନଗୁଡ଼ିକ ବନ୍ଦ ରହିଛି। ଏ ନେଇ ସଂଘ ପକ୍ଷରୁ ପୂର୍ବରୁ ନିଷ୍ପତି ନିଆଯାଇ କେନ୍ଦ୍ରାପଡ଼ା ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ସଂଘ ପକ୍ଷରୁ ଶତାଧିକ ସଭ୍ୟ ଜିଲ୍ଲାପାଳଙ୍କୁ ଭେଟି ଏ ନେଇ ଏକ ଦାବିପତ୍ର ପ୍ରଦାନ କରି ଥିଲେ। କେନ୍ଦ୍ର ସରକାରଙ୍କ ତିନିଗୋଟି ନିୟମକୁ ପ୍ରତ୍ୟାହାର କରିବା ଦାବିରେ ବୁଧବାର ସଂଘର ସଭାପତି ପ୍ରଫୁଲ୍ଲ କୁମାର ସାହୁ, ସଂପାଦକ ଗୋପିନାଥ ବାରିକଙ୍କ ନେତୃତ୍ୱରେ ଜିଲ୍ଲାରେ ଥିବା ୮୭୭ଟି େଓ÷୍ୟଷଧ ଦୋକାନ ପୂର୍ବ ନିଷ୍ପତି ଅନୁଯାୟୀ ବନ୍ଦ ରହିଛି। କେନ୍ଦ୍ରାପଡା ସହରର ତିନିମୁହାଣୀ ଠାରୁ ଇଚ୍ଛାପୁର ପର୍ଯ୍ୟନ୍ତ ଥିବା ୧୧୦ଟି ଔଷଧ ଦୋକାନ ବନ୍ଦ ଥିବାବେଳେ ରୋଗୀଙ୍କ ହିତ ଦୃଷ୍ଟିରୁ ସଂଘ ନିଷ୍ପତି ଅନୁଯାୟୀ କେବଳ ଜୀବନ ରକ୍ଷା ଔଷଧ ଦେବାପାଇଁ ଗୋଟିଏ ମାତ୍ର ଦୋକାନ ଖୋଲା ରହିଛି। ଏହି ଦାବିଗୁଡ଼ିକ ମଧ୍ୟରୁ ଔଷଧର ଅନ୍ଲାଇନ୍ ବିକ୍ରୟ ବନ୍ଦ କରିବା, କର୍ପୋରେଟ୍ ସଂସ୍ଥା ଦ୍ୱାରା ଗଭୀର ରିହାତି ବନ୍ଦ କରିବା, ନକଲି ଔଷଧକୁ ବଜାରରୁ ଏଡ଼ାଇବା ଆଦି ଦାବି ଗୁଡିକ ରହିଛି। ଏହି ବନ୍ଦ ସମୟରେ ନୟନ କିଶୋର ପଣ୍ଡା, ସେଖ୍ ଖାଲିଦ୍, ସେକ୍ ଆକବର ସତ୍ୟବ୍ରତ ଦାସ, ରାଜେନ୍ଦ୍ର ସ୍ୱାଇଁ, ଦୁଷ୍ମନ୍ତ ଜେନା, ସମୀର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande