ଟିଟିଲାଗଡ଼ରେ ଡକାୟତି ଉଦ୍ୟମ ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ : ଘଟଣାର ଘଣ୍ଟାଏ ଭିତରେ ସମସ୍ତ ୬ ଅଭିଯୁକ୍ତ ଗିରଫ
ବଲାଙ୍ଗିର, ୨୦ ମଇ (ହି.ସ.)- ମଙ୍ଗଳବାର ସନ୍ଧ୍ୟା ସାଢ଼େ ଚାରିଟା ସମୟରେ ରାଜସ୍ଥାନରୁ ଆସି ଟାଇଲ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଚାରି ଜଣ ଯୁବକ ଦେବନ୍ଧ ନିକଟରେ ଥିବା ଗାଧୁଆ ଘାଟରେ ଗାଧଉଥିବା ବେଳେ ୬ ଜଣ ସ୍ଥାନୀୟ ଯୁବକ ସେମାନଙ୍କୁ ପ୍ରଥମେ ଟଙ୍କା ମାଗିଥିଲେ, ଟଙ୍କା ମାଗିବା ପରେ ପୁଣି ଆହୁରି
ଟିଟିଲାଗଡ଼ ରେ ଡକାୟତି ଉଦ୍ୟମ ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ : ଘଟଣାର ଘଣ୍ଟାଏ ଭିତରେ ସମସ୍ତ ଛ ଜଣ ଅଭିଯୁକ୍ତ ଗିରଫ


ବଲାଙ୍ଗିର, ୨୦ ମଇ (ହି.ସ.)- ମଙ୍ଗଳବାର ସନ୍ଧ୍ୟା ସାଢ଼େ ଚାରିଟା ସମୟରେ ରାଜସ୍ଥାନରୁ ଆସି ଟାଇଲ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଚାରି ଜଣ ଯୁବକ ଦେବନ୍ଧ ନିକଟରେ ଥିବା ଗାଧୁଆ ଘାଟରେ ଗାଧଉଥିବା ବେଳେ ୬ ଜଣ ସ୍ଥାନୀୟ ଯୁବକ ସେମାନଙ୍କୁ ପ୍ରଥମେ ଟଙ୍କା ମାଗିଥିଲେ, ଟଙ୍କା ମାଗିବା ପରେ ପୁଣି ଆହୁରି ଟଙ୍କା ଦାବି କରିଥିଲେ, ନ ଦେବାରୁ ମାରଣାସ୍ତ୍ର ଧରି ଆକ୍ରମଣ କରିବାରୁ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା । ପୋଲିସ ପେଟ୍ରୋଲିଂ ନମ୍ବର ୧୧୨କୁ ଫୋନ କରି ଅବଗତ କରାଇବା ପରେ ଥାନାଧିକାରୀ ମନୋଜ କୁମାର ମୁଣ୍ଡା, ଏସ ଡି ପି ଓ ଯଶୋବନ୍ତ ନାରାୟଣ ପ୍ରଧାନୀ ଓ ପୋଲିସ ଟିମ୍ ପହଞ୍ଚି ତଦନ୍ତ ଚଲାଇଥିଲେ । ସେହିପରି ଖବର ପାଇ ବଲାଙ୍ଗିର ଏସପି ଅଭିଳାଷ ଜି ନିଜେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ପୋଲିସ ସହ ମିଶି ଅଭିଯୁକ୍ତଙ୍କୁ ଧରିଥିଲେ । ଏନେଇ ଟିଟିଲାଗଡ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏସପି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଆହାତ ହୋଇଥିବା ସମସ୍ତ ଟାଇଲ ମିସ୍ତ୍ରୀଙ୍କୁ ସରକାରୀ ଡାକ୍ତରଖାନାକୁ ନେଇ ପ୍ରାରମ୍ଭିକ ଚିକିତ୍ସା ପ୍ରଦାନ କରିଥିଲେ। ତେବେ ଅଭିଯୁକ୍ତମାନେ ହେଲେ କଟକିଆ ପଡ଼ାର ଦୀପକ ବଗର୍ତ୍ତୀ, ମହେଶ ରତେଇ, ସଙ୍କୀର୍ତ୍ତନ ପୋଢ ଓ ଦେବନ୍ଧ ପଡ଼ାର ବିବେକ ପାତ୍ର ଏବଂ ଦୁଇ ଜଣ ନାବାଳକ ଥିବା ପ୍ରକାଶ କରିଛନ୍ତି ଏସପି । ତେବେ ଘଟଣା ଘଟାଇବାର ଏକ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଟିଟିଲାଗଡ ପୋଲିସ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande