ଓଡ଼ିଶା ସିଏଚ୍ଏସି ୨୦୨୬ ପରିକ୍ଷା ଫଳାଫଳରେ ଜେ ଏସ୍ ଏମ୍ କଲେଜର ୧୦୦% ସଫଳତା
ବଲାଙ୍ଗିର, 20 ମେ (ହି.ସ.) : ଓଡ଼ିଶା ସିଏଚ୍ଏସି ବୋର୍ଡର AHSE ପରୀକ୍ଷା ୨୦୨୬ର ଫଳାଫଳ ପ୍ରକାଶ ପାଇଥିବା ବେଳେ ସମଗ୍ର ରାଜ୍ୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ପ୍ରତିବର୍ଷର ପରମ୍ପରାକୁ ଅବ୍ୟାହତ ରଖି ଜେ ଏସ୍ ଏମ୍ କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟା
ଓଡ଼ିଶା  ସିଏଚ୍ଏସି  ୨୦୨୬ ପରିକ୍ଷା ଫଳାଫଳରେ  ଜେ ଏସ୍ ଏମ୍ କଲେଜର ୧୦୦% ସଫଳତା


ଓଡ଼ିଶା  ସିଏଚ୍ଏସି  ୨୦୨୬ ପରିକ୍ଷା ଫଳାଫଳରେ  ଜେ ଏସ୍ ଏମ୍ କଲେଜର ୧୦୦% ସଫଳତା


ଓଡ଼ିଶା  ସିଏଚ୍ଏସି  ୨୦୨୬ ପରିକ୍ଷା ଫଳାଫଳରେ  ଜେ ଏସ୍ ଏମ୍ କଲେଜର ୧୦୦% ସଫଳତା


ବଲାଙ୍ଗିର, 20 ମେ (ହି.ସ.)

: ଓଡ଼ିଶା ସିଏଚ୍ଏସି ବୋର୍ଡର AHSE ପରୀକ୍ଷା ୨୦୨୬ର ଫଳାଫଳ ପ୍ରକାଶ ପାଇଥିବା ବେଳେ ସମଗ୍ର ରାଜ୍ୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ପ୍ରତିବର୍ଷର ପରମ୍ପରାକୁ ଅବ୍ୟାହତ ରଖି ଜେ ଏସ୍ ଏମ୍ କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟରେ ଏହିବର୍ଷ ମଧ୍ୟ ବୋର୍ଡ ପରୀକ୍ଷାରେ ଚମତ୍କାର ସଫଳତା ହାସଲ କରିଛି। ଜେ ଏସ୍ ଏମ୍ କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟ ଏହି ବର୍ଷ ବଲାଙ୍ଗିର ଶିକ୍ଷା କ୍ଷେତ୍ର ରେ ପୁଣି ଥରେ ଆଗରେ ଓ ଶିକ୍ଷାର ବିକାଶରେ ସହାୟକ ହୋଇଅଛି ।

ଏହିବର୍ଷ କଲେଜରୁ ମୋଟ ୮୪ ଜଣ ଛାତ୍ରଛାତ୍ରୀ AHSE ୨୦୨୬ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ ଏବଂ ସମସ୍ତେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇ କଲେଜର ୧୦୦% ପାସ୍ ହାର ଅବ୍ୟାହତ ରଖିଛନ୍ତି।

ବିଭିନ୍ନ ବିଭାଗର ଟପ୍ପରମାନେ ଉଲ୍ଲେଖନୀୟ ପ୍ରଦର୍ଶନ ମାଧ୍ୟମରେ କଲେଜର ଗୌରବ ବଢ଼ାଇଛନ୍ତି। ବାଣିଜ୍ୟ ବିଭାଗରେ ତୋଷିକା ମଙ୍ଗଳାନୀ ୯୫% ମାର୍କ ରଖି ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ, କଳା ବିଭାଗରେ ଶ୍ରୁତିରେଖା ମିଶ୍ର ମଧ୍ୟ ୯୫% ମାର୍କ ସହ ଟପ୍ପର ହୋଇଛନ୍ତି। ସେହିପରି ବିଜ୍ଞାନ ବିଭାଗରେ ସନ୍ଧ୍ୟା ଶର୍ମା ୭୬% ମାର୍କ ପାଇ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

କଲେଜ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସମୁଦାୟ ଫଳାଫଳ ମଧ୍ୟ ଅତ୍ୟନ୍ତ ସନ୍ତୋଷଜନକ ରହିଛି। ମୋଟ ୫୬ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ, ୧୮ ଜଣ ଦ୍ୱିତୀୟ ଶ୍ରେଣୀ ଏବଂ ୧୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

କଲେଜର ଅଧ୍ୟକ୍ଷ ସିଏ ଶ୍ରିକାନ୍ତ ର୍ଶମା, ଶିକ୍ଷକ ଓ କର୍ମଚାରୀମାନେ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିବା ସହ ତାଙ୍କର କଠିନ ପରିଶ୍ରମ, ନିଷ୍ଠା ଓ ଶୃଙ୍ଖଳାବଦ୍ଧତାକୁ ପ୍ରଶଂସା କରିଛନ୍ତି। ଅଭିଭାବକ ଓ ଶୁଭେଚ୍ଛୁମାନେ ମଧ୍ୟ ଏହି ଉତ୍କୃଷ୍ଟ ଫଳାଫଳ ପାଇଁ ଖୁସି ବ୍ୟକ୍ତ କରି ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande