




ବଲାଙ୍ଗୀର, ୨୦ ମଇ(ହି.ସ.) – ବଲାଙ୍ଗୀର ସହର ସମେତ ସମଗ୍ର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ଖରା ଓ ଝାଞ୍ଜି ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ସାଧାରଣ ପଥିକ ଓ ଶ୍ରମଜୀବୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଲାଙ୍ଗୀର ବିଭିନ୍ନ ସଂଗଠନ ସଂଗଠନ ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ପାଇଁ ନିୟମିତ ଦହିପାଣି ବଂଟନ କାର୍ଯ୍ୟକ୍ରମ ଜାରି ରହିଛି।
ଆଜି ବଲାଙ୍ଗୀର ସହରର ବ୍ୟସ୍ତବହୁଳ ଗୋପାଳଜୀ ମନ୍ଦିର ଗାୟତ୍ରୀ ଶକ୍ତିପୀଠ ଆଗରେ ଆଦ୍ୟ ଶକ୍ତି ନାରୀ ସଂଗଠାନ ସଭପତି ମାଳତୀ ଉଦଗାତା ଓ ସଂମ୍ପାଦକ କସ୍ତୁରୀ ରଥ ଙ୍କ ନେତୃତ୍ୱ ରେ ସଂଗଠନ ର ଅନ୍ୟାନ୍ୟ ସଦସ୍ୟାଙ୍କ ମିଳିତ ସହଯୋଗ ରେ ସକାଳ ୧୦ ଘଂଟାରୁ ଦିନ ଦୁଇଟା ପର୍ୟ୍ୟନ୍ତ ଦହି ପାଣି ବଂଟନ କରାଯାଇଥିଲା। ଏହି ଦହି ପାଣି ବଂଟନ କାର୍ଯ୍ୟକ୍ରମରେ ଗାୟତ୍ରୀ ସଂଗଠନର ପରିଜନମାନେ ମଧ୍ୟ ସକ୍ରିୟ ଭାବରେ ସହଯୋଗ କରିଥିଲେ ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ