
ବଲାଙ୍ଗିର, 20 ମେ (ହି.ସ.)
ବଲାଙ୍ଗୀରରେ ଅଭାବନୀୟ ଘଟଣା । ସହର ମୁଖ୍ୟ ରାସ୍ତା କଡ଼ରେ ଥିବା ହୋଟେଲରୁ ବୁଧବାର ସନ୍ଧ୍ୟାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ମୃତ ଯୁବକ ଜଣକ ମଧ୍ୟପ୍ରଦେଶ ଜବଲପୁର ନିବାସୀ ମହମ୍ମଦ ଇସାନ୍ (୨୭) ବୋଲି ଜଣାପଡ଼ିଛି। କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ । ବଲାଙ୍ଗୀର ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ କିପରି ତାର ମୃତ୍ୟୁ ହୋଇଛି କାରଣ ଖୋଜା ଚାଲିଛି.
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ