ଠିକ୍ ସମୟରେ ଆସୁନାହାନ୍ତି ଡାକ୍ତର, ଫର୍ମାସିଷ୍ଟ ଓ ଲ୍ୟାବ ଟେକ୍ନିସିଆନ ଅପେକ୍ଷା କରି ରୋଗୀ ହନ୍ତସନ୍ତ
ବଲାଙ୍ଗୀର, ୨୦ ମଇ(ହି.ସ.) – ଦୂର ଦୁରାନ୍ତରୁ ରୋଗୀ ଚିକିତ୍ସିତହେବା ପାଇଁ ଆସି ଅପେକ୍ଷା କରି ଚାହି ବସି ଥିଲେ ମଧ୍ୟ ଠିକ ସମୟରେ ଆସୁନାହାନ୍ତି କୌଣସି ଡାକ୍ତର ଫର୍ମାସିଷ୍ଟ ଓ ଲ୍ୟାବ ଟେକ୍ନିସିଆନ। ଯାହାଫଳରେ ଅପେକ୍ଷା କରି ରୋଗୀ ହନ୍ତସନ୍ତ। ଏପରି ବିକଳ ଚିତ୍ର ଦେଖିବାକୁ ମିଲିଛି ବଲାଙ୍ଗିର ଜିଲ୍ଲା
ଠିକ ସମୟରେ ଆସୁନାହାନ୍ତି ଡାକ୍ତର. ଫର୍ମାସିଷ୍ଟ ଓ ଲ୍ୟାବ ଟେକ୍ନିସିଆନ ଅପେକ୍ଷା କରି ରୋଗୀ ହନ୍ତସନ୍ତ


ବଲାଙ୍ଗୀର, ୨୦ ମଇ(ହି.ସ.) – ଦୂର ଦୁରାନ୍ତରୁ ରୋଗୀ ଚିକିତ୍ସିତହେବା ପାଇଁ ଆସି ଅପେକ୍ଷା କରି ଚାହି ବସି ଥିଲେ ମଧ୍ୟ ଠିକ ସମୟରେ ଆସୁନାହାନ୍ତି କୌଣସି ଡାକ୍ତର ଫର୍ମାସିଷ୍ଟ ଓ ଲ୍ୟାବ ଟେକ୍ନିସିଆନ। ଯାହାଫଳରେ ଅପେକ୍ଷା କରି ରୋଗୀ ହନ୍ତସନ୍ତ। ଏପରି ବିକଳ ଚିତ୍ର ଦେଖିବାକୁ ମିଲିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ରାଜ୍ୟ ସରକାର ଙ୍କ ନିୟମ ଅନୁସାରେ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଲାଗିଥିବା ବୋର୍ଡ ର ସମୟ ସାରଣୀ ଅନୁଯାଇ ଓପିଡି ଖୋଲିବା ସମୟ ଏପ୍ରିଲ ମାସ ଠାରୁ ସେପ୍େଟମ୍ବର ମାସ ପର୍ଯ୍ୟନ୍ତ ସକାଳ ୭ ଘଂଟାରୁ ୧୧ ଘଂଟା ଓ ଅପରାହ୍ନ ୪ ଘଂଟାରୁ ୬ ଘଂଟା ପର୍ଯ୍ୟନ୍ତ ଖୋଲା ରହି ଦାୟିତ୍ୱ ରେ ଥିବା ସମସ୍ତ କର୍ମଚାରୀ ଉପସ୍ଥିତ ରହିବା କଥା। ଦାୟିତ୍ୱ ରେ ଥିବା ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ଥବିର ମେହେର ନୂଆ ନିୟମ ଲାଗୁ କରିଛନ୍ତି। ଯାହା ସକାଳ ୭ ଘଂଟାରୁ ୧୧ ଘଂଟା ପରିବର୍ତେ ସକାଳ ୮ଘଂଟାରୁ ୧୨ ଘଂଟା ଅଟେ। ଦୁଃଖ ର ବିଷୟ ଯେ ଅନେକ ରୋଗୀ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଚିକିତ୍ସା ପାଇଁ ଆସି ଉଚିତ ସମୟରେ ଚିକିତ୍ସା ପାଉନଥିବା ଯୋଗୁ ଅନେକ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଠିକ୍ ସମୟରେ ସରକାରୀ ସ୍ୱାସ୍ଥ୍ୟ ସେବା ପାଉନଥିବା ଯୋଗୁ ରୋଗୀ ମାନେ ପ୍ରାଇଭେଟ୍ କ୍ଲିନିକ୍କୁ ଯାଇ ଖର୍ଚ୍ଚାନ୍ତ ରେ ପଡୁଥିବା ଅଭିଯୋଗ ହେଉଛି। ମୁରୀବାହାଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖିଆ ହିଁ ନିୟମ ଉଲଘଂନ କରୁଛନ୍ତି ତା ହେଲେ ତାଙ୍କ ଅଧିନରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର କର୍ମଚାରୀ ନିୟମ କୁ କେମିତି ମାନିବେ? ଏପରି ଚିତ୍ର ପତ୍ରାପାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ଯ ଦେଖିବାକୁ ମିଳିଥିଲା।ଏହି କେନ୍ଦ୍ରର ଡାକ୍ତରାଣୀ ମାତୃତ୍ୱ କାଳୀନ ଛୁଟିରେ ଅଛନ୍ତି।ତାଙ୍କ ଅନୁପସ୍ଥିତିରେ ପତ୍ରାପାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଫାର୍ମାସିଷ୍ଟ ଦୀପକ କୁମାର ନନ୍ଦଙ୍କ ଭରଷାରେ ଚାଲିଅଛି। ହେଲେ ବିଡ଼ମ୍ବନାର ବିଷୟ ଏହାଯେ ରୋଗି ମାନେ ଦୂରଦୂରାନ୍ତରୁ ସକାଳ ୭ ଘଂଟା ସମୟରୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସିତ ହେବା ପାଇଁ ଆସି ଅପେକ୍ଷା କରିଥିବା ବେଳେ ଫାର୍ମାସିଷ୍ଟ ବାବୁ ତାଙ୍କ ମନ ଇଚ୍ଛା ଅନୁସାରେ ୯ ଘଂଟା ପରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଛନ୍ତି। ଏବିଷୟରେ ଫାର୍ମାସିଷ୍ଟ ଶ୍ରୀ ନନ୍ଦଙ୍କୁ ପଚାରିବାରୁ ସକାଳ ୭ ଘଂଟା ଠାରୁ ୧୧ ଘଂଟା ପର୍ଯ୍ୟନ୍ତ ମୋର ଡିୟୁଟି ଅଛି କିନ୍ତୁ ମୋର ଅନ୍ୟ କାମ ଥିବା ହେତୁ ଆଜି ୨ ଘଂଟା ବିଳମ୍ବରେ ଆସିଛି ବୋଲି ସ୍ୱିକାର କରିବା ସହ ମୋର ଏହି ବିଳମ୍ବ ହେବା ବିଷୟରେ ଇନଚାର୍ଜ ଡ.ଥବିର ମେହେରଙ୍କୁ ଜଣାଇଥିଲି ସେ ଚାହିଁଥିଲେ ଅନ୍ୟ ଜଣକୁ ମୋ ସ୍ଥାନରେ ର ଦାୟିତ୍ୱ ଦେଇଥାନ୍ତେ ବୋଲି ପ୍ରକାଶ କରିଥିଲେ। ଏହି ବିଷୟରେ ଖବର ପ୍ରସାରଣ ହେଲା ପରେ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ. ଥବିର ମେହେରଙ୍କୁ ଫୋନ୍ ଯୋଗେ ପଚାରିବାରୁ ମୁଁ ଉକ୍ତ ଫାର୍ମାସିଷ୍ଟ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ ଜାରୀ କରିଛି ବୋଲି କହିଥିଲେ। ଡାକ୍ତର ଓ କର୍ମଚାରୀ ମନମୁଖୀ କାର୍ଯ୍ୟ କରୁଥିବା ନେଇ ବାରମ୍ବାର ଖବର ପ୍ରସାରଣ ହୋଇଥିଲେ ମଧ୍ୟ କୁମ୍ଭ କର୍ଣ୍ଣ ନିଦ୍ରାରେ ଶୋଇପଡିଛନ୍ତି ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ପୁଷ୍ପାଞ୍ଜଳି ମିଶ୍ର ଲୋକଙ୍କ କହିବା ଅନଯାୟୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଦାୟିତ୍ୱ ରେ ଥିବା ଡାକ୍ତର ଙ୍କ ମଧ୍ୟରେ ରୋଟେସନ(ପାଳି) ଡ୍ୟୁଟି ହେଉ ନ ଥିବା ଅଭିଯୋଗ ହେଉଛି। କିଛିମାସ ପୂର୍ବରୁ ମୁରୀବାହାଲ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ରେ ମଧ୍ୟ ଡାକ୍ତର ମାନଙ୍କ ରୋଟେସନ(ପାଳି) ଡ୍ୟୁଟି ବିଷୟରେ ସିଡିଏମଓ ଙ୍କ ନିକଟରେ ଅଭିଯୋଗ ହୋଇଥିଲା ହେଲେ ତାହାର କିଛି ସମାଧାନ ହୋଇ ପାରିଲା ନାହିଁ। ଏପରି ନିଜ କାର୍ଯ୍ୟରେ ଅବହେଳା କରୁଥିବା ଡାକ୍ତର, ଲ୍ୟାବ ଟେକ୍ନିସିଆନ, ଫାର୍ମାସିଷ୍ଟ ବିରୁଦ୍ଧରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତ? ନାଁ ଆପୋଷ ବୁଝାମଣାରେ ସୀମିତ ରହିଯିବ ତାହା ଦେଖିବାକୁ ବାକି ରହିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande