

ସମ୍ବଲପୁର, ୨୦ ମେ (ହି.ସ.) - ବର୍ତମାନର ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମଗ୍ର ଅଂଚଳରେ ଅତ୍ୟନ୍ତ ଉତପ୍ତ ହୋଇ ଉଠିଛି। ମଣିଷଠୁଁ ନେଇ ସମସ୍ତ ଜୀବଜନ୍ତୁ, ପକ୍ଷୀ ସମସ୍ତେ ଗ୍ରୀଷ୍ମ ଯୋଗୁଁ ଅତିଷ୍ଠ । ଜଳ ଟୋପାଏ ପାଇଁ ସମସ୍ତେ ନାନାଦି ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କୁନ୍ତରା ପଂଚାୟତ ଅନ୍ତର୍ଗତ ତୁରେଇ ନିକ୍ତିମାଲ ଗ୍ରାମର ୪ ନମ୍ବର ୱାର୍ଡରେ ଏକ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି । ପଂଚାୟତର ସରପଂଚଙ୍କ ଜାଣତରେ କେହି ଜଣେ ଦୁର୍ବୁତ ସର୍ବସାଧାରଣଙ୍କ ଗାଧୋଇବା ପୋଖରୀର ହିଡକୁ ଜେସିବି ସାହାଯ୍ୟରେ ହିଡ଼ ଭାଙ୍ଗି ପାଣିକୁ ବାହାର କରିଦିଆଯାଇଛି । ବର୍ତମାନ ୪୦ ରୁ ୪୫% ତାପମାତ୍ରା ରହୁଥିବା ବେଳେ ଅଂଚଳରେ ପାଣି ହ୍ରାସ ପାଇବାକୁ ବସିଛି । ଦୂରଦୂରାନ୍ତର ଯାଇ ପାଣି ଶୁଖି ଯାଉଥିବା ବେଳେ ଏହି ପୋଖରୀ ଗ୍ରାମବାସୀଙ୍କ ଗାଧୋଇବା ଠୁ ଧରି ଲୁଗାପଟା ରେ ପାଣି ବ୍ୟବହାର କରିବା ପାଇଁ ଏହି ଗୋଟିଏ ହିଁ ଭରସା ରହିଥିଲା । ଏବେ ଗ୍ରାମବାସୀ ୩ ରୁ ୪ କିମି ଯାଇ ଗାଧୋଇବାକୁ ପଡୁଛି । ବିଶେଷ କରି ଏହି ଟାଣ ଖରା ସମୟରେ ବୃଦ୍ଧ, ବୃଦ୍ଧା ଓ ଶିଶୁ ମାନଙ୍କୁ ଖରା ରେ ଯିବା ଆସିବା କରିବା ଅଂଶୁଘାତ ର ଆଗମନ । ଏହାକୁ ନେଇ ଗ୍ରାମବାସୀ ପୋଖରୀ କୁ କିଏ କଟିଛି କହି ସରପଂଚଙ୍କୁ ପଚାରିବାରୁ ସରପଂଚ ଉତର ଥିଲା ପୋଖରୀର ଉନ୍ନତି କରଣ କାର୍ଯ୍ୟ ହେବ ସେଥିପାଇଁ ଏହାର ହିଡ଼ ଭଙ୍ଗାଯାଇ ପାଣି ନିଷ୍କାସନ କରାଯାଇଛି । ଲୋକଙ୍କ କହିବା ଅନୁସାରେ ଏହା ହେଉଛି ରାଜା କାଳର ଶାସନ ସେ ତାଙ୍କ ମନ ଇଚ୍ଛା କାର୍ଯ୍ୟ କରୁଛନ୍ତି । ଲୋକଙ୍କ ଅଭିଯୋଗମତେ ପ୍ରଥମେ ଗ୍ରାମବାସୀଙ୍କୁ ଏଠି ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ ବୋଲି ଅବଗତ କରାଯାଇ ଅନ୍ୟ ସ୍ଥାନରେ ପାଣି ର ସୁବିଧା କରାଇ ଏହାର କାର୍ଯ୍ୟ କରିବା କଥା କିନ୍ତୁ ସେ ଏକଛତ୍ରବାଦ ଶାସନ ଚଳାଇଛନ୍ତି । ଯାହା ଫଳରେ ଏବେ ପାଣି ପାଇଁ ଗ୍ରାମବାସୀ ହଇରାଣ ହେଉଥିବାର ଅଭିଯୋଗ ଆଣିଛନ୍ତି । ପାନୀୟ ଜଳ ଯୋଗାଣ ମନ୍ତ୍ରୀ ଏହାକୁ ଗୁରୁତ୍ୱ ଦେଇ ତାଙ୍କ ଅନୁଚର ମାନଙ୍କୁ ସାବଧାନ କରିବେ କି ? ଏଭଳି ଏକଛତ୍ରବାଦ ଶାସନ ଏଠାରେ ଚଳିବ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ