
ଜୟପୁର, ମେ ୨୦ (ହି.ସ.) - ଦଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ବଡ ଓଜେଇ ଗ୍ରାମର ରୁକ ଧର ଭଇଁସା। ଏକ ବାଇକ ରେ ଦେଶି ମଦ ଚାଲାଣ ହେଉଥିବା ଜୟପୁର ଅବକାରି ଥାନା ସୂଚନା ପାଇ ଆଜି ପଲକାପୁଟଠାରେ ଚଢାଉ କରିଛି । ଚଢାଉ କରି ୨୮ ଲିଟର ଦେଶି ମଦ ଓ ବାଇକକୁ ଜବତ କରିଛି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି