ଫେଲୋସିଫ୍ ଦ୍ୱାରା ଆୟୋଜିତ ୧୫ ଦିନିଆ ଇଂଟରସିପ୍ କାର୍ଯ୍ୟକ୍ରମ
ଭଦ୍ରକ, ୨୦ ମଇ (ହି.ସ.) - ନବମ ଓ ଦଶମ ଦିବସରେ ଭଦ୍ରକ ଫେଲୋସିପ୍ ଗୃହରେ ଚରମ୍ପା କଲେଜ ଓ ପାଳିଆବିନ୍ଧା କଲେଜର ଇଂଟରସିପ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ବିଷୟ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ କାର୍ଯ୍ୟ ଓ ସେବା ପ୍ରଦାନ ସହିତ ଉତ୍କଳ ଗୌରବ ସ୍ୱାଧିନାତା ସଂଗ୍ରାମୀ
FELLOWSHIP INTERSHIP PROGRAMME -2


ଭଦ୍ରକ, ୨୦ ମଇ (ହି.ସ.) - ନବମ ଓ ଦଶମ ଦିବସରେ ଭଦ୍ରକ ଫେଲୋସିପ୍ ଗୃହରେ ଚରମ୍ପା କଲେଜ ଓ ପାଳିଆବିନ୍ଧା କଲେଜର ଇଂଟରସିପ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ବିଷୟ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ କାର୍ଯ୍ୟ ଓ ସେବା ପ୍ରଦାନ ସହିତ ଉତ୍କଳ ଗୌରବ ସ୍ୱାଧିନାତା ସଂଗ୍ରାମୀ ମାନଙ୍କର ଓଡ଼ିଶା ପ୍ରତି ଅବଦାନ ଏବଂ ପରିବାର ପରାମର୍ଶ କେନ୍ଦ୍ର କାର୍ଯ୍ୟ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ପ୍ରଫେସର ଝରଣା ପଟ୍ଟନାୟକ, ଜିଲ୍ଲା ଆଇନ୍ସେବା ପ୍ରାଧିକରଣର ବରିଷ୍ଠ ଆଇନ୍ଜିବୀ ଡ଼. ତାପସ କୁମାର ମହାନ୍ତି, ୱାନ୍ଷ୍ଟପ୍ ସେଂଟର ପରିଚାଳିକା ପୁଷ୍ପାଞ୍ଜଳି ବେହେରା, ଶକ୍ତି ସଦନର ପରିଚାଳିକା ଯୋଗମାୟା ଚାନ୍ଦ ଏବଂ ଏଫ୍.ସି.ସି. (ଫେମିଲି କାଉନ୍ସିଲେଙ୍ଗ ସେଂଟର)ର ପରାମର୍ଶଦାତ୍ରୀ ପ୍ରିୟଙ୍କା ଜେନା ପ୍ରମୁଖ ଯୋଗଦାନ କରି ସେମାନଙ୍କର ସୁଚିନ୍ତିତ ମତାମତ ବିଷୟ ଭିତିକ ଉପରେ ପ୍ରଦାନ କରିଥିଲେ । ପ୍ରୋଗ୍ରାମ ମେନେଜର ଲିପ୍ସା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande