
ବଲାଙ୍ଗିର, 20 ମେ (ହି.ସ.)
ବଲାଙ୍ଗୀର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ରିଜିଓନାଲ ସେଣ୍ଟର ଫର ଡେଭେଜଲପମେଣ୍ଟ କୋଅପରେସନ (ଆର.ସି.ଡି.ସି.) ତରଫରୁ ଖପ୍ରାଖୋଲ ବ୍ଲକ୍ ର ପବିତ୍ର ଶୈବପୀଠ ହରିଶଙ୍କର, ଠାରେ ଏଚ.ସି.ଏଲ. ଫାଉଣ୍ଡେସନ ସହାୟତାରେ ହେବାକୁ ଥିବା ଏକ ପ୍ରକଳ୍ପ ”ସୁଦୃଢ଼ ଗୋଷ୍ଠୀ ଓ ପୁନରୁଦ୍ଧାର ପରିବେଶ” ସମ୍ବନ୍ଧୀୟ କାର୍ଯ୍ୟଶାଳା ଅବସରରେ ଏହି ନୂତନ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି | ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିବେକାନନ୍ଦ ଷଡ଼ଙ୍ଗୀ, ଅରବିନ୍ଦ ନାୟକ, ସହକାରୀ ବନ ସଂରକ୍ଷକ ଅଧିକାରୀ, ଖପ୍ରାଖୋଲ, ସୁମନ ମାଝୀ ସହକାରୀ ବନ ସଂରକ୍ଷକ ଅଧିକାରୀ, ବଲାଙ୍ଗୀର, ଜିଲ୍ଲା ଜଙ୍ଗଲ ସୁରକ୍ଷା ଫୋରମ ର ଆବାହକ କୁଳମଣି ସାହୁ, ଭାନପୁର ସରପଞ୍ଚ ଶ୍ରୀମତୀ ରୀନା ଜାଲ, ନାନ୍ଦୁପଲା ସରପଞ୍ଚ ଶ୍ରୀମତୀ ନିଳେନ୍ଦ୍ରି ପୂଜାରୀ, ପରିବେଶବିତ ତଥା ପ୍ରଶିକ୍ଷକ ଅଭୟ ତ୍ରିପାଠୀ ଓ ଗନ୍ଧମାର୍ଦ୍ଦନ ଆକ୍ସନ କମିଟିର ଆବାହକ ଟେକେନ୍ଦ୍ର ଜାଲ ପ୍ରମୁଖ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମର ଆରମ୍ଭରେ ଆରସିଡିସିର ଆଂଚଳିକ ପରିଚାଳକ ଶମ୍ଭୁ ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ | କୁଳମଣି ସାହୁ ବଲାଙ୍ଗିରରେ ଜୈବ ବିବିଧତା ଓ ଗୋଷ୍ଠୀ ଜଙ୍ଗଲ ସମ୍ପଦ ସୁରକ୍ଷା ଉପରେ ଆରସିଡିସି ସଂସ୍ଥାର ଦୀର୍ଘ ଦିନର ଜଙ୍ଗଲ ସୁରକ୍ଷା ର ଇତିହାସ ଓ ଜୈବ ବିଭିଦତା କୁ ବିଶଦ ଭାବରେ ବର୍ଣ୍ଣନା କରିଥିଲେ | ଆରସିଡିସିର ଆଇଟି ନିର୍ଦ୍ଦେଶକ ରାମକୃଷ୍ଣ ମହାରଣା ଏହି ନୂତନ ପ୍ରକଳ୍ପର ରୂପରେଖ ଉପରେ କାର୍ଯକ୍ରମ ଓ ଜୈବ ବିଭିଦତା ଉପରେ ବର୍ଣ୍ଣନା କରିଥିଲେ | ଏହି ପ୍ରକଳ୍ପ ଖପ୍ରାଖୋଲ ବ୍ଲକର ଭାନପୁର ଓ ନାଁନ୍ଦୁପଲା ଗ୍ରାମ ପଂଚାୟତର ୧୦ ଗ୍ରାମରେ ଏପ୍ରିଲ ୨୦୨୬ ରୁ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ | ଏହି ପ୍ରକଳ୍ପରେ ଦେଶୀ ପ୍ରଜାତିର ଚାରା ରୋପଣ, ମାଟି ଓ ଜଳ ସଂରକ୍ଷଣ, ଜଳବାୟୁ ସହନଶୀଳ କୃଷି ଏବଂ ଗୋଷ୍ଠିଗତ ଜଙ୍ଗଲ ଅଧିକାର କାର୍ଯ୍ୟକରଣ ମାଧ୍ୟମରେ ପରିବେଶ ସୁରକ୍ଷା ଓ ସେମାନଙ୍କ ନେତୃତ୍ୱାଧୀନ ଜୈବ ବିବିଧତା ପରିଚାଳନାକୁ ସୁଦୃଢ଼ କରିବ । ଏହି ପ୍ରକଳ୍ପର ସୁଫଳ ରୂପାୟନ ନିମନ୍ତେ ଅତିଥିଗଣ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବା ସହିତ ପୂର୍ଣ୍ଣ ସହଯୋଗ ଦେବାପାଇଁ ପ୍ରତିଶୃତି ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ପ୍ରଭୁଲାଲ ସରାଫ, ବୈକୁଣ୍ଠ ବାଗ, ଦେବରାଜ ଭୋଇ, ସୁଦର୍ଶନ ସାହୁ, ନିରୁପମା ସାହୁ, ପୂର୍ଣ୍ଣାନନ୍ଦ ଦୀପ ଓ ସୀତାଂଶୁ ବନଛୋର ସହାୟତା କରିଥିଲେ | ପରିଶେଷରେ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ