
ଝାରସୁଗୁଡ଼ା, ୨୦ ମେ (ହି.ସ.) - ଲଇକେରା ବ୍ଲକ ସାରଙ୍ଗଲୋଇ ପଂଚାୟତ ଅଧିନସ୍ଥ ପତ୍ରାପାଲି ଗ୍ରାମରେ ହନିପେଡ କୃଷକ ଉତ୍ପାଦକ କମ୍ପାନୀ ପକ୍ଷରୁ ବ୍ଲକ ସ୍ତରୀୟ ମହୁମାଛି ଦିବସ ବୁଧୁବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହକାରୀ ଉଦ୍ୟାନ ଅଧିକାରୀ ପ୍ରମିଳା ମାରାଣ୍ଡି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହୁର ଉପକାରିତା ଓ ମହୁ କିପରି ଉତ୍ପାଦନ କରିବା ସେ ବିଷୟରେ ବର୍ଣ୍ଣନା କରିଥିଲେ । ଏଥିରେ ସହକାରୀ ଶିକ୍ଷକ ସନ୍ତୋଷ କିସାନ ମୁଖ୍ୟବକ୍ତା ଭାବରେ ଯୋଗଦେଇ ମହୁ ଚାଷ କରି ଚାଷୀ ମାନେ କିଭଳି ସ୍ୱାବଲମ୍ବୀ ହୋଇ ଅର୍ଥ ରୋଜଗାର କରିପାରିବେ ସେ ବିଷୟରେ ସୂଚନା ଦେଇଥିଲେ । ଏଥିରେ ହନିପେଡ କୃଷକ ଉତ୍ପାଦକ କମ୍ପାନୀର ସରୋଜିନୀ ପଟେଲ, ଭଗବାନ ନାଗ, ଟ୍ରେନର ହରେଶ ପଟେଲ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ଚାଷୀ ଉପସ୍ଥିତ ଥିଲେ । ଶେଷରେ ଲଲାଟେଣ୍ଡୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ