
ଜୟପୁର, ୨୦ ମେ (ହି.ସ.) - ଜୟପୁର ପୌରପାଳିକା ପକ୍ଷରୁ ସହରର ବେଆଇନ ପଲିଥିନ ବିକ୍ରି କରୁଥିବା ୨ଟି ଦୋକାନରେ ଚଢାଉ କରି ପଲିଥିନ ଜବତ କରିଥିବା ଜଣାପଡିଛି। ଆଜି ପୌର ପାଳିକା ଦୈନିକ ବଜାର, ବେଲରୋଡ ଏବଂ ଏମଜିରୋଡ ରେ ଥିବା ପଲିଥିନ ଦୋକାନ ଉପରେ ଚଢାଉ କରିଥିଲେ। ୨ଟି ଦୋକାନରୁ ମୋଟ ୭ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ସୂଚନା ଦେଇଛନ୍ତି। ଏହି ଚଢାଉରେ ସାନିଟାରି ଇନିସପେକ୍ଟର ଭୁବନୀ ହାଲବା, ସତ୍ୟନାରାୟଣ ପାତ୍ର, ଜମାଦାର ଜଗଦୀଶ ରାଓ ଓ ପୌର କର୍ମଚାରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି