ଝିଙ୍କିଡୁଙ୍ଗୁରି ଗାଁ ରେ ଜଳ ସଙ୍କଟ ୩ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇନି ଓଭର ହେଡ୍ ଟାଙ୍କି
ବଲାଙ୍ଗୀର, ୨୦ ମଇ(ହି.ସ.) – ଗାଁରେ ବିଶୁଦ୍ଧ ଜଳ ଯୋଗାଣ ପାଇଁ ପାଣି ଭଲି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ସବୁ କିଛି ବିଗାଡି ଦେଉଛନ୍ତି ପ୍ରଶାସନିକ ଅଧିକାରୀ ପରିଣାମ ଏୟା ଯେ ଏଥିପାଇଁ ଅନେକ ଗାଁ କୁ ପାଣି ପାଇଁଁ ସଂଘର୍ଷ କରିବାକୁ ପଡୁଛି। ଆଉ ଦୁଷିତ ନଳକୂପ ରୁ ବାହାରୁଥିବା ପାଣି ପିଇ ଅନେକ ଲୋକ
ଝିଙ୍କିଡୁଙ୍ଗୁରି ଗାଁ ରେ ଜଳ ସଙ୍କଟ  ୩ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇନି ଓଭର ହେଡ୍ ଟାଙ୍କି


ବଲାଙ୍ଗୀର, ୨୦ ମଇ(ହି.ସ.) – ଗାଁରେ ବିଶୁଦ୍ଧ ଜଳ ଯୋଗାଣ ପାଇଁ ପାଣି ଭଲି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ସବୁ କିଛି ବିଗାଡି ଦେଉଛନ୍ତି ପ୍ରଶାସନିକ ଅଧିକାରୀ ପରିଣାମ ଏୟା ଯେ ଏଥିପାଇଁ ଅନେକ ଗାଁ କୁ ପାଣି ପାଇଁଁ ସଂଘର୍ଷ କରିବାକୁ ପଡୁଛି। ଆଉ ଦୁଷିତ ନଳକୂପ ରୁ ବାହାରୁଥିବା ପାଣି ପିଇ ଅନେକ ଲୋକ କିଟିନି ରୋଗ ରେ ଆକ୍ରାନ୍ତ ହେଉଛନ୍ତି। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଳକ ଗୋଇମୁଣ୍ଡ ପଂଚାୟତର ଝିଙ୍କିଡୁଙ୍ଗୁରି ଗାଁ ରେ ୩୦୦ ଶହ ରୁ ଅଧିକ ପରିବାର ପାଇଁଁ ରହିଛି। ମାତ୍ର ଦୁଇଟି ନଳକୂପ ଗୋଟିଏ ନଳକୂପ ବନ୍ଧ ହୋଇଯାଇଛି। ଅନ୍ୟ ନଳକୂପଟି ପୁରା ଗାଁ ର ଜୀବନ ବଂଚାଇ ଦେଉଛି। ମାତ୍ର ଗୋଟିଏ ନଳକୂପରୁ ବାହାରୁଥିବା ପାଣି ଗାଁ ଲୋକଙ୍କୁ ନିଉଂଟକରୁଛି। ନଳକୂପରୁ ବାହାରୁଛି ଦୁଷିତ ପାଣି ସେହି ପାଣିକୁ ଗାଁ ଲୋକେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ୩ ବର୍ଷ ତଳେ ଗାଁ ରେ ଏକ ଓଭର ହେଡ୍ ଟାଙ୍କି ତିଆରି ହୋଇଥିଲା। ଘରକୁ ଘର ପାଣି ଦେବା ପାଇଁଁ ମାଟି ଖୋଳି ପାଣି ପାଇବ ବିଛା ଗଲା ହେଲେ ଆଜି ଯାଏଁ ଗାଁରେ ପାଣି ପହଂଚିଲାନି। ପ୍ରଶାସନିକ ଅଧିକାରୀ ଚୂପ ରହିଗଲେ। ଏପଟେ ସମସ୍ୟା ଗାଁ ଲୋକଙ୍କ ପିଛା ଛାଡ଼ିଲାନି ନଳକୂପର ଦୁଷିତ ପାଣି ପାଇଁଁ ଗାଁ ଲୋକେ କିଟିନି ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି। ପାଣି ନମିଳିଲେ ଆନ୍ଦୋଳନ ର ଚେତାବନୀ ଦେଇଛନ୍ତି ଗାଁ ଲୋକେ ହରେକୃଷ୍ଣ ସାହୁ, ଜାନକୀ ଭାଟି, ଲକ୍ଷେଶ୍ୱର ସାହୁ, ଧନମତି ସାହୁ। ଏନେଇ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ବିଶ୍ୱଜିତ ଜେନାଙ୍କୁ ଫୋନରେ ପଚାରିବାରୁ ସେ କହିଲେ ଯେ ଆମ ତରଫରୁ କାମ ସରିଯାଇଛି, କିନ୍ତୁ ବିଦ୍ୟୁତ ବିଭାଗକୁ ବାରମ୍ବାର ଲେଖି ଜଣାଇଲେ ସୁଧା କର୍ଣ୍ଣପାତ କରୁନାହାନ୍ତି ବୋଲି ତାଙ୍କ ପ୍ରତିକ୍ରିୟା ରଖିଥିଲେ। ବିଦ୍ୟୁତ ବିଭାଗ କେଉଁ କାରଣରୁ ବିଦ୍ୟୁତ ସଂଯୋଗ କରୁନାହାନ୍ତି। ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande