ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ
ଖୋର୍ଦ୍ଧା, ୨୦ ମଇ(ହି.ସ.) – ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ, ବେଗୁନିଆ, ପ୍ରଦୀପ କୁମାର ସାହୁ, ଜିଲ୍ଲା
Desaster


ଖୋର୍ଦ୍ଧା, ୨୦ ମଇ(ହି.ସ.) – ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ, ବେଗୁନିଆ, ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦ ଉପ ସଭାପତି ଗୋପୀନାଥ ମହାରଣା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର ରମେଶ ଚନ୍ଦ୍ର ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ, ଭୁବନେଶ୍ୱର, ଡ଼ଃ ମନୋରଞ୍ଜନ ସାହୁ, ଉପଜିଲ୍ଲାପାଳ, ସଂକଳ୍ପ ସ୍ୱସ୍ତିକ ସାହୁ, ଆଇନ୍, ପୂର୍ତ ଓ ଅବକାରୀ ମନ୍ତ୍ରୀଙ୍କ ପ୍ରତିନିଧି ମନ୍ତ୍ରୀଙ୍କ ସ୍ୱତନ୍ତ୍ର କାର୍ଯ୍ୟାଳୟ ଅଧିକାରୀ ଶ୍ରୀ ରୋଷନ ଶତପଥୀ, ପୁରୀ ସାଂସଦଙ୍କ ପ୍ରତିନିଧି ଦୀନବନ୍ଧୁ ସାହୁ, ଜଟଣୀ ବିଧାୟକଙ୍କ ପ୍ରତିନିଧି ଅମନ୍ ଅଭିଷେକ ଜେନା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକରେ ନିୟନ୍ତ୍ରଣ କକ୍ଷ ଖୋଲିବା, ବର୍ଷାଜଳ ପରିମାପକ କେନ୍ଦ୍ର ମରାମତି ଓ ବୃଷ୍ଟିପାତ ବିବରଣୀ ପ୍ରେରଣ, ଦୁର୍ବଳ ନଦୀ ଓ କେନାଲ ବନ୍ଧର ଯୁଗ୍ମ ତଦନ୍ତ, ଜଳସେଚନ ବିଭାଗ ପ୍ରାକ୍ ପ୍ରସ୍ତୁତି ଓ ଆର୍ôଥକ ଅନୁଦାନ ପାଇଁ ସରକାରଙ୍କୁ ସୁପାରିଶ, ବନ୍ୟା, ବାତ୍ୟା ପ୍ରବଣ ଅଂଚଳରେ ଅସ୍ଥାୟୀ ଆଶ୍ରୟ ସ୍ଥଳ ଚିହ୍ନଟ, ସମ୍ଭାବ୍ୟ ବନ୍ୟା ବାତ୍ୟା ଡଙ୍ଗା ମୃତୟନ, ଟେଲିଫୋନ ସେବା, ବିଶୁଦ୍ଧ ପାନୀୟ ଜଳ, ବିଦ୍ୟୁତ୍ ସେବା, ଡ୍ରେନେଜଗୁଡ଼ିକରୁ ପାଣି ନିଷ୍କାସନ, ଦୁର୍ଗମ ସ୍ଥାନମାନଙ୍କରେ ଏବଂ ବନ୍ୟା ବାତ୍ୟା ପ୍ରବଣ ଅଂଚଳରେ ଖାଦ୍ୟ ପଦାର୍ଥ ଓ ରିଲିଫ୍ ସାମଗ୍ରୀ ମହଜୁଦ କରି ରଖିବା, କୃଷି କାର୍ଯ୍ୟ ପାଇଁ ଆଗୁଆ ପଦକ୍ଷେପ, ସ୍ୱାସ୍ଥ୍ୟ ଓ ପଶୁ ଚିକିତ୍ସା ସେବା, ଏୟାର ଷ୍ଟ୍ରିପ୍ ଚିହ୍ନଟ କରିବା ଭଳି ବିଭିନ୍ନ ପ୍ରାକ୍ ଓ ପରବର୍ତୀ ସେବା ଯୋଗାଇ ଦେବା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇ ଶୂନ୍ୟ ମୃତ୍ୟୁହାର ବଜାୟ ରଖିବାକୁ ଗୁରୁତ୍ୱାରୋପ କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ ଋତୁରାଜ ବନ୍ୟା ସମୟରେ ବହୁମୁଖି ଆଶ୍ରୟସ୍ଥଳୀଗୁଡ଼ିକରେ ସମସ୍ତ ସେବା ଯୋଗାଇଦେବା, ଦୁର୍ବଳ ନଦୀବନ୍ଧ ଗୁଡ଼ିକୁ ମରାମତି କରିବା, ନଦୀବନ୍ଧକୁ ଉଚା କରିବା, ବାଲିବସ୍ତା ଓ ବଲ୍ଲା ମହଜୁଦ କରି ରଖିବା, ଗ୍ରୀଷ୍ମ ବାତ୍ୟା ପ୍ରବଣ ଥିବାରୁ ଚିଲିକାରେ ବୋଟ୍ ପଞ୍ଜିକରଣକୁ ଗୁରୁତ୍ୱ ଦେବା, ତହସିଲଦାର, ମତ୍ସ୍ୟ ବିଭାଗ ଓ ଜଙ୍ଗଲ ବିଭାଗଙ୍କ ମିଳିତ ବୋଟ୍ ଯାଂଚ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜୀବନ ରକ୍ଷାକାରୀ ଜାକେଟ୍ ବ୍ୟବହାର, ଚିଲିକାକୁ ସମନ୍ୟୁତ ବନ୍ୟା ବାତ୍ୟା ସୂଚନା ପ୍ରଦାନ କରିବା, ପୌର ପରିଷଦ ଓ ବିଜ୍ଞାପିତ ଅଂଚଳ ପରିଷଦମାନଙ୍କରେ, ଭୁବନେଶ୍ୱର ମହାନଗର ନିଗମରେ ଡ୍ରେନେଜ୍ଗୁଡ଼ିକରୁ ଜଳ ନିଷ୍କାସନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରି, ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଔଷଧ ପତ୍ର ସହ ବ୍ଲିଚିଂ, ସାପ କାମୁଡ଼ା ଇଞ୍ଜେକ୍ସନ ପର୍ଯ୍ୟାପ୍ତ ପରିମାଣର ମହଜୁଦ କରି ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ପଶୁ ଚିକିତ୍ସା ସେବା, ଗାଈଗୋରୁମାନଙ୍କ ଖାଦ୍ୟ, ପଲିଥିନ ମହଜୁଦ ରଖିବା ପାଇଁ ଜିଲ୍ଲାପାଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରିତାରେ ଯତ୍ନବାନ ହେବାକୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଧାୟକ ବେଗୁନିଆ ବାତ୍ୟା ଆଶ୍ରୟ ସ୍ଥଳୀଗୁଡ଼ିକୁ ଠିକ୍ ରଖିବା ସହ ହଡ଼ା ନଦୀର ଦୁର୍ବଳ ବନ୍ଧ ତୁଳସୀପୁର ବାଙ୍କୀ, ପତନିବର ବରାଡ଼ିହ ନଦୀବନ୍ଧ ଯୋଜନା କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାପରିଷଦ ଉପସଭାପତି ଶ୍ରୀ ଗୋପୀନାଥ ମହାରଣା ବାଣପୁର ବାଲୁଗାଁ ଅଂଚଳରେ ପ୍ରାକୃତିକ ଉତ୍ସ ବନ୍ଦ ନହେଉ ବୋଲି କହିଥିଲେ। ପୁରୀ ସାଂସଦଙ୍କ ପ୍ରତିନିଧି ପଲିଥିନ୍ର ମାନ ବଢ଼ାଇବା, ବନ୍ୟା ସମୟରେ ଶୌଚାଳୟଗୁଡ଼ିକର ଉପଯୁକ୍ତ ଯତ୍ନ ନେବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଇନ ମନ୍ତ୍ରୀଙ୍କ ସ୍ୱତନ୍ତ୍ର କାର୍ଯ୍ୟାଳୟ ଅଧିକାରୀ ବାତ୍ୟାବନ୍ୟା ଆଶ୍ରୟ ସ୍ଥଳୀଗୁଡ଼ିକରେ ସମସ୍ତ ସେବା ପ୍ରସ୍ତୁତ କରି ରଖିବାକୁ ଉତ୍ଥାପନ କରିଥିଲେ। ଜିଲ୍ଲାପାଳ ଶ୍ରୀ ଋତୁରାଜ ଜଳସେଚନ ବିଭାଗ, ପ୍ରାଚୀ ଜଳସେଚନ ଖଣ୍ଡ, ନିମାପଡ଼ା ଜଳସେଚନ ଖଣ୍ଡ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ, ଟିପିସି ଓ ଡିଏଲ୍ କାର୍ଯ୍ୟକ୍ରମ, ୱାଟକୋ କାର୍ଯ୍ୟଧାରା ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକର କାର୍ଯ୍ୟ ସମୀକ୍ଷା କରି ସମସ୍ତ ସେବା ପ୍ରସ୍ତୁତ କରି ରଖିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ଡେପୁଟୀ କଲେକ୍ଟର, ଜରୁରୀ ଶ୍ରୀତପା ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ବୈଠକରେ ସମସ୍ତ ଲାଇନ୍ ଡିପାର୍ଟମେଂଟ ଅଧିକାରୀ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ବିଡିଓ, ତହସିଲଦାରମାନେ ଯୋଗଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande