କାଲିମେଳା ବିଜେପି ମଣ୍ଡଳ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ମାଲକାନଗିରି ,୨୦ ମଇ (ହି.ସ.) ଭାରତୀୟ ଜନତା ପାର୍ଟିର କାଲିମେଳା ଠାରେ ଥିବା ଦଳୀୟ କାର୍ଯ୍ୟାଳୟ ଠାରେ ଆଜି କାଳିମେଳା ମଣ୍ଡଳ ସଭାପତି ରାମଚନ୍ଦ୍ର ବେଟିଙ୍କ ଅଧକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି! ଉକ୍ତ ବୈଠକରେ ଆସନ୍ତା ରବିବାର ଶକ୍ତିକେନ୍ଦ୍ର ରେ ପାଳିତ ହେବାକୁ ଥିବା ସଂଗଠନ
କାଲିମେଳା ବିଜେପି ମଣ୍ଡଳ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


କାଲିମେଳା ବିଜେପି ମଣ୍ଡଳ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ମାଲକାନଗିରି ,୨୦ ମଇ (ହି.ସ.)

ଭାରତୀୟ ଜନତା ପାର୍ଟିର କାଲିମେଳା ଠାରେ ଥିବା ଦଳୀୟ କାର୍ଯ୍ୟାଳୟ ଠାରେ ଆଜି କାଳିମେଳା ମଣ୍ଡଳ ସଭାପତି ରାମଚନ୍ଦ୍ର ବେଟିଙ୍କ ଅଧକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି! ଉକ୍ତ ବୈଠକରେ ଆସନ୍ତା ରବିବାର ଶକ୍ତିକେନ୍ଦ୍ର ରେ ପାଳିତ ହେବାକୁ ଥିବା ସଂଗଠନ ବୈଠକ ଉପରେ ଆଲୋଚନା କରା ଯାଇଥିଲା!କାଲିମେଳା ମଣ୍ଡଳ ଅଧୀନରେ ଥିବା ୬ ଟି ପଞ୍ଚାୟତର ୩୪ଟି ବୁଥ ରେ କେମିତି ପ୍ରଧାନମନ୍ତ୍ରୀ ଙ୍କ ମନ କି ବାତ୍ କାର୍ଯ୍ୟକ୍ରମ ସୁରୁଖୁରୁରେ ହବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଜିଲ୍ଲା ଉପ ସଭାପତି ଭବାନୀ ଶଙ୍କର ମୁଖାର୍ଜୀ, ମଣ୍ଡଳ ପ୍ରଭାରୀ ତଥା ଜିଲ୍ଲା ଉପ ସଭାପତି ସମୀର ମିସ୍ତ୍ରୀ, ଜିଲ୍ଲା କୃଷକ ମୋର୍ଚା ସଭାପତି , ସମାଜସେବୀ ଉତ୍ତମ କୁମାର ଓଝା, ଦୁଇଜଣ ସାଧାରଣ ସମ୍ପାଦକ, ୭ଟି ମୋର୍ଚା ସଭାପତି, ୭ଟି ଶକ୍ତିକେନ୍ଦ୍ର ପ୍ରମୁଖ, ଏବଂ ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande