
ରୋମ୍, ମେ 20 (ହି.ସ)। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଇଟାଲୀ ରାଷ୍ଟ୍ରପତି ସାର୍ଜିଓ ମାଟେରେଲାଙ୍କୁ ସାକ୍ଷାତ କରି ଭାରତ-ଇଟାଲୀ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର ହୋଇଥିବା ଏକ ପୋଷ୍ଟରେ କହିଛନ୍ତି ଯେ ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇଟାଲୀ ରାଷ୍ଟ୍ରପତି ସାର୍ଜିଓ ମାଟେରେଲା ଭାରତ-ଇଟାଲୀ ମଧ୍ୟରେ ଦୃଢ଼ ଏବଂ ସ୍ଥାୟୀ ଭାଗିଦାରୀକୁ ଦୋହରାଇଥିଲେ ଏବଂ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ନବସୃଜନ, ସ୍ୱଚ୍ଛ ଶକ୍ତି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ସଂସ୍କୃତି ସମେତ ବ୍ୟାପକ କ୍ଷେତ୍ର ଉପରେ ଆଲୋଚନା କରିଥିଲେ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବାଣିଜ୍ୟ, ନିବେଶ ଏବଂ ସାଂସ୍କୃତିକ ସମ୍ପର୍କ ସମେତ ଭାରତ-ଇଟାଲୀ ବନ୍ଧୁତା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ରାଷ୍ଟ୍ରପତି ମାଟେରେଲାଙ୍କ ସହ ତାଙ୍କର ଫଳପ୍ରଦ ଆଲୋଚନା ହୋଇଥିଲା। ସେ କହିଥିଲେ ଯେ ଦୁଇ ନେତା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏ. ଆଇ.), ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ମହାକାଶ ଏବଂ ପରମାଣୁ ଶକ୍ତି ଭଳି କ୍ଷେତ୍ରରେ ସହଯୋଗର ସମ୍ଭାବନା ଉପରେ ମଧ୍ୟ ଆଲୋଚନା କରିଥିଲେ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା