ଭାରତୀୟ ବୈଜ୍ଞାନିକ ବିଶ୍ଵସ୍ତରୀୟ ସମ୍ମାନରେ ସମ୍ମାନିତ : ଡା. ସୌମ୍ୟା ସ୍ଵାମୀନାଥନ ରୋୟାଲ ସୋସାଇଟିର ଫେଲୋ ଭାବେ ନିର୍ବାଚିତ
ଜୟପୁର, ୨୦ ମଇ (ହି.ସ.)- ପ୍ରସିଦ୍ଧ ବୈଜ୍ଞାନିକ ଏବଂ ଏମ.ଏସ୍. ସ୍ୱାମିନାଥନ୍ ଗବେଷଣା ପ୍ରତିଷ୍ଠାନର ଅଧ୍ୟକ୍ଷା ଡା. ସୌମ୍ୟା ସ୍ୱାମୀନାଥନଙ୍କୁ ବିଶ୍ୱ ବିଜ୍ଞାନ କ୍ଷେତ୍ରର ସର୍ବାଧିକ ସମ୍ମାନଜନକ ସ୍ୱୀକୃତିମାନଙ୍କ ମଧ୍ୟରୁ ଗୋଟିଏ ‘ରୋୟାଲ ସୋସାଇଟି ଫେଲୋ’ ଭାବେ ନିର୍ବାଚିତ କରାଯାଇଛି । ୧୬୬୦ ମସିହାର
ଭାରତୀୟ ବୈଜ୍ଞାନିକ ବିଶ୍ୱସ୍ତରୀୟ ସମ୍ମାନରେ ସମ୍ମାନିତ:


ଜୟପୁର, ୨୦ ମଇ (ହି.ସ.)- ପ୍ରସିଦ୍ଧ ବୈଜ୍ଞାନିକ ଏବଂ ଏମ.ଏସ୍. ସ୍ୱାମିନାଥନ୍ ଗବେଷଣା ପ୍ରତିଷ୍ଠାନର ଅଧ୍ୟକ୍ଷା ଡା. ସୌମ୍ୟା ସ୍ୱାମୀନାଥନଙ୍କୁ ବିଶ୍ୱ ବିଜ୍ଞାନ କ୍ଷେତ୍ରର ସର୍ବାଧିକ ସମ୍ମାନଜନକ ସ୍ୱୀକୃତିମାନଙ୍କ ମଧ୍ୟରୁ ଗୋଟିଏ ‘ରୋୟାଲ ସୋସାଇଟି ଫେଲୋ’ ଭାବେ ନିର୍ବାଚିତ କରାଯାଇଛି । ୧୬୬୦ ମସିହାରେ ଲଣ୍ଡନରେ ସ୍ଥାପିତ ରୋୟାଲ ସୋସାଇଟି ବିଶ୍ୱର ସବୁଠାରୁ ପୁରାତନ ଏବଂ ସମ୍ମାନିତ ବିଜ୍ଞାନ ଭିତ୍ତିକ ସଂସ୍ଥାମାନଙ୍କ ମଧ୍ୟରୁ ଗୋଟିଏ। ଏହାର ଫେଲୋମାନଙ୍କ ମଧ୍ୟରେ ଆଇଜାକ ନିଉଟନ, ଚାର୍ଲସ ଡରବିନ, ଆଲବର୍ଟ ଆଇନଷ୍ଟାଇନ ପରି ବିଶ୍ୱପ୍ରସିଦ୍ଧ ବିଜ୍ଞାନୀମାନେ ରହିଛନ୍ତି। ଡା. ସୌମ୍ୟାଙ୍କର ଏହି ନିର୍ବାଚନ ତାଙ୍କୁ ସେହି ଗୌରବମୟ ପରମ୍ପରାରେ ସ୍ଥାନ ଦେଇଛି ଏବଂ ଭାରତୀୟ ବିଜ୍ଞାନ ପାଇଁ ଗର୍ବର ମୁହୂର୍ତ୍ତ ସୃଷ୍ଟି କରିଛି।

ଏହି ସମ୍ମାନ ଅନେକ ଦିଗରୁ ଐତିହାସିକ।, ଡା. ସୌମ୍ୟା ସ୍ୱାମୀନାଥନ ଗଗନଦୀପ କଙ୍ଗ ଙ୍କ ପରେ ରୋୟାଲ ସୋସାଇଟିର ୩୬୫ ବର୍ଷର ଇତିହାସରେ ରୋୟାଲ ସୋସାଇଟି ଫେଲୋ ଭାବେ ଦ୍ୱିତୀୟ ଭାରତୀୟ ମହିଳା ବିଜ୍ଞାନୀ ନିର୍ବାଚିତ ହୋଇଛନ୍ତି। ଏହାଠାରୁ ଅଧିକ ଗର୍ବର ବିଷୟ ହେଉଛି, ସେ ତାଙ୍କ ପିତା ଭାରତ ରତ୍ନ ଏମ.ଏସ୍. ସ୍ୱାମିନାଥନ୍ ଙ୍କ ସହ ଏହି ସମ୍ମାନ ଅର୍ଜନ କରିଛନ୍ତି। ଭାରତର “ହରିତ ବିପ୍ଲବର ଜନକ” ଭାବେ ପରିଚିତ ପ୍ରଫେସର ଏମ.ଏସ. ସ୍ୱାମୀନାଥନଙ୍କ ପରେ ଡା. ସୌମ୍ୟା ମଧ୍ୟ ରୋୟାଲ ସୋସାଇଟିର ଫେଲୋ ହୋଇଛନ୍ତି। ଏହା ସହିତ ସେମାନେ ଭାରତର ପ୍ରଥମ ପିତା-କନ୍ୟା ଯୁଗଳ ଭାବେ ଏହି ସମ୍ମାନ ଲାଭ କରି ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି, ଯାହା ବିଜ୍ଞାନ ଏବଂ ସମାଜ ପ୍ରତି ଏହି ପରିବାରର ଅସାଧାରଣ ଅବଦାନକୁ ପ୍ରତିଫଳିତ କରେ।

ଡା. ସୌମ୍ୟା ସ୍ୱାମୀନାଥନ ଚିକିତ୍ସା ଗବେଷଣା ଏବଂ ବିଶ୍ୱ ସ୍ୱାସ୍ଥ୍ୟ ନେତୃତ୍ୱ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି। ପେଶାରେ ଜଣେ ଶିଶୁ ଚିକିତ୍ସକ ଥିବା ସେ ଯକ୍ଷ୍ମାରୋଗ ଏବଂ HIV ଉପରେ ତାଙ୍କର ଗବେଷଣା ପାଇଁ ଆନ୍ତର୍ଜାତୀୟ ସ୍ତରରେ ପରିଚିତ। ସେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ମୁଖ୍ୟ ବୈଜ୍ଞାନିକ ଭାବେ କାର୍ଯ୍ୟ କରିଥିଲେ ଏବଂ କୋଭିଡ୍-୧୯ ମହାମାରୀ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ନୀତି ଓ ବୈଜ୍ଞାନିକ ପଦକ୍ଷେପକୁ ନେତୃତ୍ୱ ଦେବାରେ ମୁଖ୍ୟ ଭୂମିକା ନେଇଥିଲେ। ଭାରତରେ ସେ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ICMR) ର ମହାନିର୍ଦ୍ଦେଶିକା ଭାବେ ଦେଶର ସାର୍ବଜନୀନ ସ୍ୱାସ୍ଥ୍ୟ ଗବେଷଣା ବ୍ୟବସ୍ଥାକୁ ସୁଦୃଢ଼ କରିଥିଲେ ଏବଂ ପ୍ରମାଣ ଆଧାରିତ ସ୍ୱାସ୍ଥ୍ୟସେବାକୁ ଆଗେଇ ନେଇଥିଲେ। ରୋୟାଲ ସୋସାଇଟିରେ ତାଙ୍କର ନିର୍ବାଚନ ତାଙ୍କର ସାରାଜୀବନର ବିଜ୍ଞାନ ଓ ମାନବସେବା ପ୍ରତି ସମର୍ପଣର ପ୍ରମାଣ।

ଏମ.ଏସ୍. ସ୍ୱାମିନାଥନ୍ ଗବେଷଣା ପ୍ରତିଷ୍ଠାନ ତାଙ୍କର ଏହି ସଫଳତା ପାଇଁ ଗୌରବାନ୍ୱିତ। ଏହି ସମ୍ମାନ କେବଳ ଡା. ସୌମ୍ୟାଙ୍କ ବ୍ୟକ୍ତିଗତ ସଫଳତାକୁ ନୁହେଁ, ବରଂ ବିଶ୍ୱ ବିଜ୍ଞାନ କ୍ଷେତ୍ରରେ ଭାରତର ବଢ଼ୁଥିବା ପ୍ରତିଷ୍ଠାକୁ ମଧ୍ୟ ପ୍ରକାଶ କରୁଛି। ବିଶେଷକରି ଯୁବ ଗବେଷକ ଏବଂ ମହିଳା ବୈଜ୍ଞାନିକମାନଙ୍କ ପାଇଁ ଏହା ଏକ ପ୍ରେରଣାଦାୟକ ମୁହୂର୍ତ୍ତ।

ଡା. ସୌମ୍ୟା ସ୍ୱାମୀନାଥନଙ୍କ ରୋୟାଲ ସୋସାଇଟି ଫେଲୋ ଭାବେ ନିର୍ବାଚନ କେବଳ ଜଣେ ବ୍ୟକ୍ତିଙ୍କ ସମ୍ମାନ ନୁହେଁ; ଏହା ସମଗ୍ର ଭାରତ ପାଇଁ ଏକ ଜାତୀୟ ଗର୍ବର ବିଷୟ। ପ୍ରଫେସର ଏମ.ଏସ. ସ୍ୱାମୀନାଥନଙ୍କ କୃଷି ନବୀନତା ଯେପରି ଭାରତର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିଥିଲା, ସେପରି ଡା. ସୌମ୍ୟାଙ୍କ ବିଶ୍ୱ ସ୍ୱାସ୍ଥ୍ୟ ନେତୃତ୍ୱ ବିଶ୍ୱର ଅନେକ ଜନଜୀବନ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ସମ୍ମାନ ଭାରତୀୟ ବିଜ୍ଞାନର ଇତିହାସରେ ଏକ ଗର୍ବିତ ଅଧ୍ୟାୟ ଭାବେ ଚିରସ୍ଥାୟୀ ସ୍ମରଣୀୟ ହୋଇ ରହିବ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande