ଜିଲ୍ଲା ମାଟ୍ରିକ ଟପର୍ମାନଙ୍କୁ ସହାୟତାର ସମ୍ବର୍ଦ୍ଧନା
କେନ୍ଦୁଝର, ୨୦ ମଇ(ହି.ସ.) – ଚଳିତ ୨୦୨୬ ମସିହାର ସହାୟତା ପଂଚମ ମାଟ୍ରିକ ମେଧା ସମ୍ବର୍ଦ୍ଧନା ସମାରୋହ ଆଜି ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦୁଝରରେ ସହାୟତାର ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଅତିଥି ମାନଙ୍କ
Medha samamn


କେନ୍ଦୁଝର, ୨୦ ମଇ(ହି.ସ.) – ଚଳିତ ୨୦୨୬ ମସିହାର ସହାୟତା ପଂଚମ ମାଟ୍ରିକ ମେଧା ସମ୍ବର୍ଦ୍ଧନା ସମାରୋହ ଆଜି ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦୁଝରରେ ସହାୟତାର ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ସଭାର ଉଦ୍ଦେଶ୍ୟ ତଥା ସହାୟତା ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଧରଣୀଧର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ପାତ୍ର ଯୋଗଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପାରମ୍ପରିକ ଶିକ୍ଷା ସହିତ ଆତ୍ମସମୀକ୍ଷା ପୂର୍ବକ ଭଲ ମଣିଷ ଟିଏ ହେବାକୁ ଉପଦେଶ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରା ଛାତ୍ର ଛାତ୍ରୀଙ୍କର ମଙ୍ଗଳ କାମନା କରିବା ସହ ପରବର୍ତୀ ସମୟରେ ଏବର୍ଷ ଠାରୁ ଅଧିକ ଭଲ ଫଳାଫଳ ପାଇଁ ଶିକ୍ଷକ ଓ ଅଭିଭାବକମାନଙ୍କୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ସଦର ବି ଇ ଓ ଓଁକାର ଅନ୍ୱେଷ, ଦାନୀ ଗୃପ ଅଫ୍ ଇନଷ୍ଟିଚ୍ୟୁସନର ପରିଚାଳନା ନିର୍ଦ୍ଦେଶକ ବସନ୍ତ କୁମାର ଦାନୀ, ସହାୟତା କୋଷାଧ୍ୟକ୍ଷ ମଦନମୋହନ ଦ୍ୱିବେଦୀ , ଚିନ୍ତାମଣି ଜେନା ଓ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜୟପ୍ରକାଶ ରାଉତ ପ୍ରମୁଖ କୃତି ଛାତ୍ରଛାତ୍ରୀଙ୍କୁ ଉପଦେଶ ଛଳରେ ଭଲ ମଣିଷ ହେବାକୁ ତଥା କେନ୍ଦୁଝର ଜିଲ୍ଲାର ସୁନାମ ବୃଦ୍ଧି ପାଇଁ ଆହ୍ୱାନ ଜଣାଇଥିଲେ। ଏହି ସମ୍ବର୍ଦ୍ଧନା ସମାରୋହରେ ଜିଲ୍ଲାର ଶ୍ରେଷ୍ଠ ୧୨ ଜଣ ତଥା ବ୍ଲକ ସ୍ତରୀୟ ଶ୍ରେଷ୍ଠ ୧୩ ଜଣ ଓ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ଡି.ଏନ୍. ହାଇସ୍କୁଲ ଅଧିନରେ ପରୀକ୍ଷା ଦେଇ ସଫଳତା ହାସଲ କରିଥିବା ଜଣେ ତୃତୀୟଲିଙ୍ଗୀ ଛାତ୍ରୀଙ୍କୁ ମାନପତ୍ର, ଟ୍ରଫି ଦେଇସମ୍ବର୍ଦ୍ଧିତ କରାଯିବା ସହିତ ଶ୍ରେଷ୍ଠ ଛାତ୍ର ଛାତ୍ରୀ ପ୍ରସ୍ତୁତ କରିଥିବା ୨୦ଜଣ ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ସଭାର ସୁପରିଚାଳନାରେ ସହାୟତାର ସଭ୍ୟ ବାବୁଲାଲ ପ୍ରଧାନ, ନରେନ୍ଦ୍ର ପ୍ରଧାନ, କାଶିନାଥ ମହାନ୍ତ, ଗୈ। ରହରି ଗିରି, ଲମ୍ବୋଦର ମହାନ୍ତ, ପ୍ରସନ୍ନ ପରିଡ଼ା, ନଳିନୀ ଚନ୍ଦ୍ର ଘଣା, ସୁଧାକର ପଣ୍ଡା, ରବିନାରାୟଣ ସାହୁ, କାହ୍ନୁଚରଣ ସାମଲ, ବଳରାମ ରାଉତ, ବାଙ୍କ ବିହାରୀ ମହାନ୍ତ, ଭାଗିରଥି ଗିରି, ମନ୍ମଥ ମହାନ୍ତ ତଥା ବିଦ୍ୟାଳୟର ଶିକ୍ଷକ ଆଗ୍ୟାନ କୁମାର ଚାନ୍ଦ ଓ କର୍ମଚାରୀବୃନ୍ଦ ସହଯୋଗ କରିଥିଲେ। ଏହି ସମାରୋହରେ ସହାୟତା ର ବରିଷ୍ଠ ସଭ୍ୟ ସୁଶୀଲ କୁମାର ନାୟକ ମଂଚ ପରିଚାଳନା କରିଥିବା ବେଳେ କ୍ଷୀରୋଦ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande