
ଦେବଗଡ଼, ୨୦ ମଇ (ହି.ସ.)- ସର୍ବ ଭାରତୀୟ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଂଘର ଆହ୍ୱାନ କ୍ରମେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଂଘର ଡାକରାରେ ଦେବଗଡ଼ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଂଘ ପକ୍ଷରୁ ଏକାଧିକ ଦାବୀ ନେଇ ଆଜି ଜିଲ୍ଲାର ସମସ୍ତ ଔଷଧ ଦୋକାନ ବନ୍ଦ ରହିଛି । ଔଷଧର ଅନ ଲାଇନ ବିକ୍ରୟ ବନ୍ଦ, କର୍ପୋରେଟ ସଂସ୍ଥା ଦ୍ୱାରା ଗଭୀର ରିହାତି ବନ୍ଦ କରିବା ଓ ବଜାରରୁ ନକଲି ଔଷଧ ଏଡାଇବା ଆଦି ଦାବୀ ନେଇ ଦେଶବ୍ୟାପୀ ବନ୍ଦ ଡାକରାକୁ ସମର୍ଥନ କରି ଜିଲ୍ଲା ଔଷଧ ଦୋକାନୀ ସଂଘ ପକ୍ଷରୁ ଆଜି ଜିଲ୍ଲାର ସମସ୍ତ ଔଷଧ ଦୋକାନ ବନ୍ଦ ରହିଛି ।
ତେବେ ଜରୁରୀ କାଳୀନ କ୍ଷେତ୍ରରେ ଏହା କୋହଳ କରାଯିବା ନେଇ ଜିଲ୍ଲା ସଂଘ ଘୋଷଣା କରିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ