
ଗଞ୍ଜାମ, ୨୦ ମଇ (ହି.ସ.)- ଅନ୍ ଲାଇନ୍ ରେ ଔଷଧ ବିକ୍ରୀକୁ ବିରୋଧ କରି ସର୍ବ ଭାରତୀୟ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଂଘର ଆହ୍ୱାନ କ୍ରମେ ଆଜି ଦେଶବ୍ୟାପୀ ମେଡିସିନ୍ ଷ୍ଟୋର୍ ବନ୍ଦ ପାଳନ କରାଯାଉଛି । ଯାହାର ପ୍ରଭାବ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି । ଜିଲ୍ଲାର ବିଭିନ୍ନ ସହରରେ ଥିବା ମେଡ଼ିସିନ ଷ୍ଟୋରଗୁଡିକ ବୁଧବାର ବନ୍ଦ ରହିଛି । ଫଳରେ ରୋଗୀମାନେ ଔଷଧ କିଣିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅନ୍ୟପକ୍ଷରେ ସମସ୍ତ ଡାକ୍ତରଖାନାରେ ଆବଶ୍ୟକ ଔଷଧ ରୋଗୀଙ୍କୁ ନିରାମୟରୁ ପ୍ରଦାନ କରାଯାଉଛି । ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ମଧ୍ୟ ଖୋଲା ରହିଛି ।
ଅନଲାଇନରେ ହୋମ ଡ଼େଲିଭେରୀରେ ମେଡ଼ିସିନ ବିକ୍ରି ଏବଂ ମେଡ଼ିସିନରେ ଅଧିକ ରିହାତିକୁ ବିରୋଧ କରି ମେଡିସିନ ଷ୍ଟୋର ମାଲିକ ମାନେ ଏହି ପଦକ୍ଷେପ ନେଇଥିବା ଜଣାପଡିଛି । ଏହାର ସ୍ଥାୟୀ ସମାଧାନ ନହେଲେ ପରବର୍ତୀ ପଦକ୍ଷେପ ନେବେ ଆନ୍ଦୋଳନକାରୀ ଔଷଧ ଦୋକାନୀ ଚେତାବନୀ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ