
ଜୟପୁର, ୨୦ ମେ (ହି.ସ.) - କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ସାମ୍ବିଧାନିକ ଧାରା ୨୭୫(କ) ଅଧୀନରେ ଜିଲ୍ଲାସ୍ତରୀୟ ପଂଚବର୍ଷୀୟ ପରିପେକ୍ଷୀ ଯୋଜନା ଓ ତଦାରଖ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଶିକ୍ଷା, କୃଷି, ଜୀବିକା ଓ ରାସ୍ତା ସପ୍ସଯୋଗୀକରଣ ଉପରେ ଗୁରୁତ୍ୱ ଦେଇ ଆଗାମୀ ୫ ଆର୍ôଥକ ବର୍ଷ ନିମନ୍ତେ ଆବଶ୍ୟକୀୟ ପ୍ରକଳ୍ପ ଗୁଡିକର ଅନୁମୋଦନ କରାଯାଇଛି। ବିଦ୍ୟାଳୟ ମାନଙ୍କରେ ପାନୀୟ ଜଳ ବ୍ୟବସ୍ଥା, ପରିମଳ, ପାଚେରୀ ନିର୍ମାଣ କରି ଛାତ୍ରଛାତ୍ରୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ବୈଠକରେ ନିଷ୍ପତି ନିଆଯାଇଛି।
ବୈଠକ ପ୍ରାରମ୍ଭରେ ପ୍ରକଳ୍ପ ପ୍ରଶାସିକା, ସମନ୍ୱିତ ଆଦିବାସୀ ଉନ୍ନୟନ ସପ୍ସସ୍ଥା, କୋରାପୁଟ ସ୍ନେହପ୍ରଭା ମାଝି ସମସ୍ତ ସଭ୍ୟ ଓ ଅଧିକାରୀଙ୍କୁ ସ୍ୱାଗତ କରିବା ସହ ବୈଠକର ଉଦ୍ଧେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।
ବୈଠକରେ ସାଂସଦ ନବରଙ୍ଗପୁର ବଳଭଦ୍ର ମାଝୀ, ବିଧାୟକ କୋରାପୁଟ ରଘୁରାମ ମାଛ, ବିଧାୟକ ପଟାଙ୍ଗୀ ରାମଚନ୍ଦ୍ର କାଡାମ, ବିଧାୟକ ଲକ୍ଷ୍ମୀପୁର ପବିତ୍ର ସାଉଁନ୍ତା, ବିଧାୟକ ଜୟପୁର ତାରା ପ୍ରସାଦ ବାହିନୀପତି, ବିଧାୟକ କୋଟପାଡ ରୁପୁ ଭତ୍ରା, ସାଂସଦ ପ୍ରତିନିଧି କୋରାପୁଟ ଓ ନବରଙ୍ଗପୁର, ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ସହକାରୀ ଯନ୍ତ୍ରୀ କବିରାଜ ବେହେରାଙ୍କ ସହ କୋରାପୁଟ ଓ ଜୟପୁର ଆଇଟିଡିଏର ସମସ୍ତ କର୍ମଚାରୀ ବୈଠକରେ ଯୋଗ ଦେଇଥିଲେ। ଶେଷରେ ପ୍ରଶାସିକା ତୃପ୍ତି ବରାଇ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି